ମନୋଜ ସ୍ପୋର୍ଟସ କୁ ଉଦଘାଟନ କଲେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ

0

ପୋଲସରା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା  ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ନୂତନ ଭାବେ ଆରମ୍ଭ ହୋଇଥିବା ଏକ କ୍ରୀଡ଼ା ବ୍ୟବସାୟ କେନ୍ଦ୍ର “ମନୋଜ ସ୍ପୋର୍ଟସ” କୁ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ  ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନଭେମ୍ବର ୨୨ ତାରିଖ ରବିବାର ଦିନ ଉଦଘାଟନ କରିଥିଲେ । ଏହି ବ୍ୟବସାୟ କେନ୍ଦ୍ର ପୋଲସରା ଅଞ୍ଚଳରେ କ୍ରୀଡ଼ କ୍ଷେତ୍ରରେ ଯୁବ ପିଢ଼ି ଙ୍କ ମଧ୍ୟରେ  ସ୍ବତନ୍ତ୍ର  ନୂତନ ସମ୍ଭାବନା ସୃଷ୍ଟି କରିବା ପାଇଁ କ୍ରୀଡ଼ା ସାମଗ୍ରୀ ସହ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟାୟାମ ଯୁକ୍ତ  ମେସିନାରୀ  ସରଞ୍ଜାମ ଉପଲବ୍ଧ ହୋଇପାରିବ । ପୋଲସରା ଅଞ୍ଚଳରେ ଏପରି ଏକ କ୍ରୀଡ଼ା ଉପକରଣର ଆବଶ୍ୟକତା ଥିବା ପୋଲସରା ବିଧାୟକ ଶ୍ରୀ ସାହୁ ମତ ପ୍ରକାଶ କରିଥିବା  ବେଳେ ଏହା ଯୁବ ପିଢ଼ି ଓ ନୂତନ ବର୍ଗର ପିଲାଙ୍କ କ୍ରୀଡ଼ା  ପାଇଁ ସଠିକ୍ ମାର୍ଗ ଦର୍ଶନ କରିବ ବୋଲି ମତ ପ୍ରକାଶକରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜା.ଡେଙ୍ଗାପଦର ସରପଞ୍ଚଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ଜେନା , ସୁଶାନ୍ତ ପୋଲାଇ , ବିଜେଡି ସଭାପତି  ସୁରେନ୍ଦ୍ର ନାଥ ପ୍ରଧାନ , ସଂପାଦକ  ଅଶୋକ କୁମାର ବିଷୋୟୀ , ସୁଶାନ୍ତ ପୋଲାଇ , ରଞ୍ଜନ କୁମାର ପାଣିଗ୍ରାହୀ ସମେତ ବହୁ କ୍ରୀଡ଼ାବିତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.