ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ସହିଦ ଲକ୍ଷଣ ନାୟକଙ୍କ ୧୨୨ ତମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଶ୍ରୀ ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିର କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦିଲୀପ ଚନ୍ଦ୍ର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।ସଙ୍ଘର ଯୁଗ୍ମ ସମ୍ପାଦକ ତଥା ରାଷ୍ଟ୍ରୀୟ କିଶନ ମଜୁଡୁର ସଙ୍ଘର ଜିଲ୍ଲା ସଭାପତି ଶ୍ରୀ ସୋନୁ ଅନୁଗୁ ସହିଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାମନ୍ତରାୟ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ଜଣେ ଆଦିବାସୀ ମହାନ ବିର ପୁରୁଷ ଦେଶ ପାଇଁ କୁଚକ୍ରି ଗୋଷ୍ଠୀଙ୍କ ଦ୍ୱାରା ପ୍ରାଣବଳୀ ଦେଇଥିଲେ। ତାଙ୍କ ସମ୍ୱନ୍ଧରେ ଅଧିକ ଗବେଷଣାର ଆବଶ୍ୟକ ଅଛି। ସଙ୍ଘର ନୂତନ ସଦଷ୍ୟ ଭାବେ ଯୋଗ ଦେଇଥିବା ମାଣିକ ବାଛାଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାଯ୍ୟକାରିଣୀ ସଦଷ୍ୟ ମନୋଜ କୁମାର ମହାନ୍ତି, ସମ୍ପାଦକ ସତ୍ୟ ନାରାୟଣ ଦାଶ, ଯୁଗ୍ମ ସମ୍ପାଦକ ସୋନୁ ଅନୁଗୁ, କାଯ୍ୟାଳୟ ସମ୍ପାଦକ କିଶୋର ପାଟିକା,କୋଷାଧ୍ୟକ୍ଷ ବି ଶ୍ରୀନିବାସ ପାତ୍ର, ସୀମାଞ୍ଚଳ ପାଣିଗ୍ରାହୀ, ସୁଶାନ୍ତ କୁମାର ସାମଲ,ସଞ୍ଜୟ ଢ଼ାଲି, ଅପୂର୍ବ ଥଣ୍ଡର, ନିର୍ମଳା ଏକ୍କା,ରାଧିକା ମାଝୀ, ଉପସ୍ଥିତ ଥିଲେ। ଶେଷରେ ସୁଶାନ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post