ପୋଲସରା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ଚଳିତ ବର୍ଷ କୋଭିଡ କଟକଣା ପାଇଁ ସ୍ଥଗିତ ରହିବା ସହ ମାଆଙ୍କୁ କେବଳ ବେଢା ଭ୍ରମଣୀରେ ସୀମିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ସମ୍ପାଦକ ଡ଼ଃ ଜ୍ୟୋତିର୍ମୟ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି। କେଉଁ କାଳରୁ ପରମ୍ପରା ଅନୁଯାୟୀ ପ୍ରତି ତିନି ବର୍ଷରେ ଥରେ କାର୍ତ୍ତିକ ମାସରେ ପୋଲସରାରେ ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ପାଳନ ହୋଇ ଆସୁଅଛି। ସେହି ପରମ୍ପରା ଅନୁସାରେ ଚଳିତ ବର୍ଷ ଗୌରୀଆମ୍ମାଙ୍କ ଯାତ୍ରା ପାଳନ ହେବାପାଇଁ ସ୍ଥିର ହୋଇଥିଲା। ମାତ୍ର କରୋନା ସଂକ୍ରମଣ ଆଶଙ୍କାରେ କୋଭିଡ କଟକଣା ଯୋଗୁଁ ଗୌରୀଆମ୍ମାଙ୍କ ପାରମ୍ପରିକ ଯାତ୍ରାକୁ ଚଳିତ ବର୍ଷ ସ୍ଥଗିତ ରଖାଗଲା। ତେବେ ରୀତିନୀତି ପାଳନ ପାଇଁ ମହାମାୟୀ ମାଆଙ୍କୁ ନଭେମ୍ବର ୨୪ ତାରିଖ ଅପରାହ୍ନରେ ବେଢା ଭ୍ରମଣୀ କରାଇ କାର୍ଯ୍ୟକ୍ରମକୁ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଜନଗହଳି ଉପରେ ପ୍ରଶାସନିକ କଟକଣା ଥିବା ଯୋଗୁଁ ବେଢା ଭ୍ରମଣୀ କେବଳ ଅର୍ଚକ ଦେବାଙ୍ଗୁଲୁ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ଗହଣରେ କୋଭିଡ ନିୟମ ଅନୁସାରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଡ଼ଃ. ଜ୍ୟୋତିର୍ମୟ ପଟ୍ଟନାୟକ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.