“ଚାଇଲ୍ଡଲାଇନ୍ ସହ ବନ୍ଧୁତା” କାର୍ଯ୍ୟକ୍ରମ ସମାପନ

0

http://www.youtube.com/watch?v=KSuurgb6Up0 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଚାଇଲ୍ଡଲାଇନ୍ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ  ଟ୍ରଷ୍ଟ ଠାରେ “ଚାଇଲ୍ଡଲାଇନ୍ ସହ ବନ୍ଧୁତା ( ଚାଇଲ୍ଡଲାଇନ୍ ସେ ଦୋସ୍ତି )କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି।  

“ପ୍ରତ୍ୟେକ ଶିଶୁ ଗୁରୁତ୍ୱ ପୂର୍ଣ୍ଣ ଓ ପ୍ରତ୍ୟେକ ମୁହୂର୍ତ୍ତ ସହ ଶୈଶବଳା ମଧ୍ୟ  ମହତ୍ତ୍ୱ ପୂର୍ଣ୍ଣ” ଯଦି ଆମେ ଆମର ଶିଶୁ ମାନଙ୍କ ପ୍ରତି ଦାୟିତ୍ୱପୂର୍ଣ୍ଣ ହେବା ତେବେ ଆମର ବର୍ତ୍ତମାନ , ଭବିଷ୍ୟତ , ବିଶ୍ୱାସ , ସଂସ୍କୃତି ସହ ସଭ୍ୟତାକୁ ଉର୍ଦ୍ଧ୍ବଗାମୀ କରିପାରିବା। ଏହି ପରିପ୍ରେକ୍ଷୀରେ “ଚାଇଲ୍ଡଲାଇନ୍ ସେ ଦୋସ୍ତି ” ସପ୍ତାହ ବ୍ୟାପି ଉତ୍ସବ ଶିଶୁ ଦିବସ ଠାରୁ  ଆରମ୍ଭ ହୋଇ ଏକ ସପ୍ତାହ ପର୍ଯ୍ୟନ୍ତ  ଏହି କାର୍ଯ୍ୟକ୍ରମ କରାଯାଇଥାଏ।

ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଇଲ୍ଡଲାଇନ୍ ସେ ଦୋସ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସେହି ଭଳି ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ “୧୦୯୮”ର ସେବା ଏବଂ ଚାଇଲ୍ଡଲାଇନ୍ ସେ ଦୋସ୍ତି ବିଷୟରେ ଅବଗତ କରାଇଥିଲେ। 

 କିଶୋର ନ୍ୟାୟୀକ ବୋର୍ଡ଼ର ସଦସ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଅତିଥି ଭାବରେ ମଞ୍ଚାସୀନ ରହି ଶିଶୁ ଅଧିକାର ଓ ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲା ସ୍ତରରେ କି କି ବ୍ୟବସ୍ଥା ରହିଛି ତାହା ଆଲୋଚନା କରିଥିଲେ।  ଜିଲ୍ଲା ଚାଇଲ୍ଡଲାଇନ୍ ର ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ ଚାଇଲ୍ଡଲାଇନ୍ ସହ ବନ୍ଧୁତା (ଚାଇଲ୍ଡଲାଇନ୍ ସେ ଦୋସ୍ତି) ବିଷୟରେ ଅବଗତ କରାଇଥିଲେ , ତତ୍ ସଙ୍ଗେ ଟି. ସନ୍ତୋଷ କୁମାର “୧୦୯୮”ର ଗୁରୁତ୍ୱ ବିଷୟରେ ବୁଝାଇଥିଲେ।ଶେଷରେ ନବଜୀବନ ଟ୍ରଷ୍ଟର ଜୟଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭେଙ୍କେଟେଶ୍ବର ସେନାପତି , ରବୀନ୍ଦ୍ର କୁମାର ପଣ୍ଡା ,  ତପଶ୍ଵିନୀ ନାୟକ ,  ଓ  ଲକ୍ଷ୍ମୀ ଗୌଡ ସହଯୋଗ କରିଥିଲେ।

ସେହିପରି ସମାପନ ଦିବସରେ ଜିଲ୍ଲା ଚାଇଲ୍ଡଲାଇନ୍ ର ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ ତତ୍ତ୍ୱବଧାନରେ ସ୍ଥାନୀୟ କଲେଜ ଛକଠାରେ ଏକ ଦସ୍ତଖତ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ” ଚାଇଲ୍ଡଲାଇନ ସେ ଦୋସ୍ତି ” ବିଷୟରେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଭେଙ୍କେଟେଶ୍ବର ସେନାପତି , ଟି. ସୁରେଶ କୁମାର ,  ରବୀନ୍ଦ୍ର କୁମାର ପଣ୍ଡା , ଭି.ମୁରଲୀ  ଓ  ଲକ୍ଷ୍ମୀ ଗୌଡ ସହଯୋଗ କରିଥିଲେ।

Leave A Reply

Your email address will not be published.