ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ଶୀତବସ୍ତ୍ର ଓ ଜୋତା ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସମନ୍ୱିତ ଶିଶୁ ବିକାଶ ସମିତିର ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ କେନ୍ଦ୍ରର  ଶିଶୁମାନଙ୍କୁ ଶୀତବସ୍ତ୍ର ଓ ଜୋତା ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରରେ , କେନ୍ଦ୍ରର ୩ବର୍ଷରୁ ୬ ବର୍ଷ ବୟସ ମଧ୍ୟରେ ପାଠ ପଢ଼ୁଥିବା ଶିଶୁମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ବୁଟ ଓ ମୋଜା ସହ ସୁଇଟର ଏବଂ ମାସ୍କ ବଣ୍ଟନ କରାଯାଇଥିଲା । 

  ଏହି ବଣ୍ଟନ କାର୍ଯ୍ୟକ୍ରମରେ ୱାର୍ଡସଭ୍ୟା ଶ୍ରୀମତୀ ନିବେଦିତା ଭୁକ୍ତା ଓ ଗ୍ରାମ୍ୟ ଶିକ୍ଷା କମିଟିର ସଭାପତି ଶ୍ରୀ ଏନ: ଜଗନ୍ନାଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ଅଙ୍ଗନବାଡି କେନ୍ଦ୍ରର ଦିଦି ଶ୍ରୀମତୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ସହଯୋଗରେ ଶିଶୁ ମାନଙ୍କୁ ସାମଗ୍ରୀ ସବୁ ବଣ୍ଟନ କରିଥିଲେ ।    ଏହି ଅବସରରେ , କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମା’ ଓ  ଶିଶୁମାନଙ୍କ ସମେତ ଅଭିଭାବକ ମାନଙ୍କୁ , କରୋନା ମହାମାରୀ ସଂକ୍ରମଣରୁ ନିଜକୁ ଓ ନିଜ ପିଲାମାନଙ୍କ ସମେତ ଘରର ବୟୋଜ୍ୟେଷ୍ଠ ମାନଙ୍କୁ କିଭଳି ସୁରକ୍ଷିତ ରଖି ସାବଧାନତା ଅବଲମ୍ବନ କରିବେ , ସେ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ । 

http://www.youtube.com/watch?v=yczeuDbwKfo  

ମୁଖ୍ୟତଃ ଭାବେ ବର୍ତ୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣର ଭୟାବହତା ଲାଗି ରହିଥିବା ଯୋଗୁଁ ଏହି ସମୟରେ ସବୁବେଳେ ମାସ୍କ ପିନ୍ଧି ରଖିବା , ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ,  ସାମାଜିକ ଦୂରତା ଅନ୍ୟୁନ ୬ ଫୁଟ ଦୂରତା ବଜାୟ ରଖିବା ସହ ଜନଗହଳି ସ୍ଥାନ ଠାରୁ ଦୂରେଇ ରହିବା ଏବଂ ବାହାରୁ ଘରକୁ ଆସିଲେ କି ହାତର ବ୍ୟବହାର ସମୟରେ ହାତକୁ ନିଶ୍ଚିତ ଭାବେ ସାବୁନରେ ଭଲକରି ଧୋଇବା ପ୍ରଭୃତି ସମ୍ପର୍କରେ କହି ଏହାର ଉପକାରୀତା ଉପରେ ବୁଝାଇ ସଚେତନ କରାଇଥିଲେ ।  ଏଥିସହିତ ଗର୍ଭବତୀ ମହିଳା , ପ୍ରସୂତି ମା ଓ ଶିଶୁ ମାନଙ୍କ କରୋନା ସମୟରେ ସେମାନଙ୍କ ଯତ୍ନ ଓ ସୁରକ୍ଷା ସମେତ ସାବଧାନତା ଉପରେ ମଧ୍ୟ ଅଙ୍ଗନବାଡି ଦିଦି ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା  ସଚେତନ କରାଇଥିଲେ ।

   ଶେଷରେ  ଅଙ୍ଗନବାଡି ଦିଦି ପୁଷ୍ପାଞ୍ଜଳୀ ପଣ୍ଡା ,  ହେଲପର ପଦ୍ମାବତୀ ପ୍ରଧାନ ଓ ଗ୍ରାମର ମିନି ଅଙ୍ଗନବାଡି କେନ୍ଦ୍ରର ଦିଦି କେ: ବିଜୟଲକ୍ଷ୍ମୀଙ୍କ ସହଯୋଗରେ ହାତଧୁଆର ୭ ଟି ଶୈଳୀ ଉପରେ ହାତଧୋଇ ଗ୍ରାମବାସୀଙ୍କୁ ପ୍ରଦର୍ଶନର ଡେମୋ  ଦେଖାଇ ସଚେତନ କରିଥିଲେ ।

Leave A Reply

Your email address will not be published.