ବଲାଙ୍ଗିର,(ନିରୋଜ ମିଶ୍ର)- ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପରେ ମହୀୟସି ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ପି.ସି.ସି. ସଂପାଦକ ଉମାଶଙ୍କର ପଣ୍ଡା, ଅଜୟ ବାଲି, ଉପ-ସଭାପତି ଉମାକାନ୍ତ ସାହୁ, ରାମ ପ୍ରସାଦ ମିଶ୍ର, ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ପ୍ରେମ ମିଶ୍ର, ଅଙ୍କିତ ସାହୁ, ନାରୀ ନେତ୍ରୀ ମିଳନୀ ସାହୁ, କାଉନସିଲର ସୌମ୍ୟଦୀପ ସରାଫ, ଅଖଣ୍ଡ ସେଠ ପ୍ରମୁଖ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଦେଶ ପାଇଁ ତଥା ଅବହେଳିତ ବଲାଙ୍ଗିର ଜିଲ୍ଲାର ବିକାଶ ପାଇଁ ପ୍ରମୁଖ ଅବଦାନ ବିଷୟରେ ଆଲୋକପାତ କରିଥିବା ବେଳେ ସଂଜୟ ମିଶ୍ର, ଚିଣ୍ଟୁ ପଣ୍ଡା, ବ୍ୟାସଦେବ ନନ୍ଦ, ମାନସ ମହାନ୍ତି, କୈଳାସ ମିଶ୍ର, ଟିଟୁ ରଣା, ବ୍ରଜ ସେଠୀ, ଗୋବିନ୍ଦ ପଣ୍ଡା, ମିଟୁ ସାହୁ, ଲୋପନ ମିଶ୍ର, କିଶୋର ଦଣ୍ଡସେନା, ଅନନ୍ତ ମଚଖଣ୍ଡ, ବିଟୁନ ସ୍ୱାଇଁ, ଜୁଲୁ ପଟ୍ଟନାୟକ, ବିଜୟ ଖରସେଲ, ପବିତ୍ର ନେପାକ, ରିଙ୍କୁ ତ୍ରିପାଠି, ସୁରେନ୍ଦ୍ର ଅଶ୍ୱପାଳ, ସୁଦର୍ଶନ ମିଶ୍ର, ଜଗ ପ୍ରଧାନ, କୁନା ପ୍ରଧାନ, ସ୍ୱାଧୀନ ମହାକୁର, କମଲ ବାଗ, ସୁଦାମ ପଟେଲ, ବ୍ରଜ କିଶୋର ମେର୍ଲି, ତୁଷାର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post