ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଲିଖିତ ଚରମପତ୍ର ଟିଏ ପ୍ରଦାନ କରାଯାଇଛି lଅନେକ ସମସ୍ୟା ରେ ଜର୍ଜରିତ ହୋଇ ଆଜି ୧୯.୧୧.୨୦୨୦ ତାରିଖ ଗୁରୁବାର ଅପରାହ୍ନ ୨ ଘଟିକା ସମୟରେ ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣରେ ରାଜବୋଡାସମ୍ବର କୃଷକ ସଂଗଠନ ର ସମସ୍ତ ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲାlସରକାର ଙ୍କ ଲୁଚକାଳି ଖେଳ ରେ ଅତିଷ୍ଟ ହୋଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି lପ୍ରଥମତଃ ପାଇକମାଲ ବ୍ଲକର ଲଖମରା,ବାଦିକଟା ଏବଂ ଭେଙ୍ଗରାଜପୁର ର ଚାଷୀ ମାନେ ଗତ ୨୦୧୯ ର ଖରିଫ୍ ଋତୁର ବୀମାରାଶି ରୁ ବଂଚିତ ହେବାଦ୍ବାରା ଅନେକ ସମୟ ରେ ରାସ୍ତାରୋକ ସମେତ ଅନଶନ ମଧ୍ୟ ବସିସାରିଛନ୍ତି ହେଲେ ଆଶ୍ୱlସନା ସହ ଲଲିପପ୍ ଦେଖାଇ ପ୍ରସାସନ ଖାଲି ଲୁଚକାଳି ଖେଳଖେଳି ଚାଲିଛନ୍ତି ଏଣୁ ଉକ୍ତ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବାପାଇଁ ସଙ୍ଘ ଲିଖିତ ଭାବେ ଜଣାଇବା ସହ ବର୍ତ୍ତମାନ ସ୍ଥିତି ରେ କ୍ରପ କଟିଙ୍ଗ ଅବ୍ୟବସ୍ଥା ପାଇଁ ସମ୍ପୁର୍ଣ୍ଣ ଅଂଚଳ ର ଚାଷୀ କୂଳ ଅସନ୍ତୋଷ ଅଛନ୍ତି lପ୍ରତ୍ୟକ ପଂଚାୟତ ର କ୍ରପକଟିଙ୍ଗ ରେ ଇନ୍ସୁରେନ୍ସ କମ୍ପାନୀ ତାର ମନମୁଖି ଆଧିପତ୍ୟ ବିସ୍ତାର କରିବା ସହିତ କ୍ରପକଟିଙ୍ଗ କୁ ପ୍ରଭାବିତ କରି ଚାଲିଛି lଶେଷରେ ଆଗାମୀ ୨୫ ତାରିଖ ସୁଦ୍ଧା ବାକି ରହିଯାଇଥିବା ଧାନ ସମସ୍ୟା-ଅଭାବି ଟୋକନ୍ ର ସମ୍ପୁର୍ଣ୍ଣ ସମାଧାନ ନହେଲେ ଆଗାମୀ ୨୬ ତାରିଖ ରୁ ଚାଷୀ ମାନେ ନିଜ ନିଜ ଅଂଚଳ ର ମଣ୍ଡି ରେ ଧାନ ପକାଇବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି lପଦ୍ମପୁର ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତ ହେତୁ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।ଦେଇ ଥିବା ଚରମପତ୍ର ର ବିଷୟ କୁ ଗମ୍ଭୀରତା ର ସହ ପଢ଼ି ଏହାର ସୁବିଚାର ଉପଜିଲ୍ଲାପାଳ ମହୋଦୟ ଆସିଲେ କରାଯିବ ବୋଲି ଉପସ୍ଥିତ ଚାଷୀ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି l ଦାବି ପତ୍ର ପ୍ରଦାନ ସମୟ ରେ ରାଜ ବୋଡାସମ୍ବର କୃଷକ ସଂଗଠନ ର ଆବାହକ ଶ୍ରୀଯୁକ୍ତ ଅଶୋକ ସାହୁ,ସମାଜ ସେବୀ ତଥା ସୁନାମ ଧନ୍ୟ ଆଡଭୋକେଟ୍ ଅଜିତ ଶତପଥୀ, ଅଂଚଳ ର ବିଶିଷ୍ଟ ଚାଷୀ ମଳୟ ଭୋଇ,ଦହିତ ସାହୁ, ବିଶ୍ୱନାଥ ରଣା, ରୋହିତ କୁମାର ପ୍ରଧାନ,ନିରାକାର ପ୍ରଧାନ,ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post