କୁଡାନାଳୀ ରାସ୍ତାର ମରାମତି ଦାବୀରେ କଂଗ୍ରେସ ତରଫରୁ ଆମରଣ ଅନଶନ

0 1

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଂଚାୟତର କୁଡାନାଳି ଗ୍ରାମରେ ଥିବା ରାସ୍ତା ମରାମତି ଦାବୀରେ ଆଜି ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ଆମରଣ ଅନଶନ କରାଯାଇଥିଲା।

ପ୍ରକାଶ ଯେ, ଦୀର୍ଘ ଦିନ ହେଲା କୁଡାନାଳୀ ରାସ୍ତାର ଉନ୍ନତି କରଣ ହୋଇପାରୁ ନଥିବା ତଥା ବର୍ଷା ହେଲେ ଗ୍ରାମ୍ୟ ରାସ୍ତା କାଦୁଅରେ ଭରପୁର ହେବା ଆଦି ଦାବୀରେ ବ୍ଲକ୍ ସଭାପତି ଉଗ୍ରେସନ ଦେହୁରୀ ଏବଂ ରମାକାନ୍ତ ସାହୁ, ରିଙ୍କୁନ୍ ସାହୁ ଆମରଣ ଅନଶନରେ ବସିଥିଲେ। ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ କୁଡାନାଳୀ, ତଳନାଳୀ ଓ ଲୁବୁରୀ ଗ୍ରାମ୍ୟ ରାସ୍ତା ଗୁଡିକ ଦୟନୀୟ ହୋଇ ପଡିଛି। ସରକାର ଏ ଦିଗରେ ପଦେକ୍ଷପ ନେଉନାହାନ୍ତି। ପୂର୍ବରୁ ଗ୍ରାମବାସୀ ତରଫରୁ ବିଡିଓଙ୍କ ଠାରେ ଲିଖିତାକାରରେ ଲେଖି ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ଆଶୁ ସମାଧାନ ହୋଇପାରି ନଥିଲା। ୭ ଦିନ ମଧ୍ୟରେ ଏହି ରାସ୍ତାର ମରାମତି କରା ନ ଗଲେ ଅନଶନ କରିବାକୁ ମଧ୍ୟ ବିଡିଓଙ୍କ ଠାରେ ଲିଖିତାକାରରେ ଜଣାଇଥିଲେ। କୌଣସି ସମାଧାନ ନ ହେବାରୁ ଆଜି ସକାଳ ୧୦ଟା ୩୦ ମିନିଟ୍ ସମୟରୁ ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଅନଶନ କରିଥିଲେ।

ଏହି ଅନଶନରେ ବ୍ଲକ୍ କଂଗ୍ରେସ ସଭାପତି ଉଗ୍ରେସନ ଦେହୁରୀ, ରେଢାଖୋଲ ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ସଭାପତି ରିଙ୍କୁନ୍ ସାହୁ , ଗୌରୀ ପାତ୍ର ଜିଲ୍ଲା କଂଗ୍ରେସ ସଦସ୍ୟ ପ୍ରମୁଖ ଅନଶନରେ ବସିଥିଲେ। ଏହି ଅନଶନରେ ଅଶ୍ୱିନୀ ଗୁରୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି , ବିପିନ୍ ପ୍ରଧାନ , ପୁର୍ବତନ ବ୍ଲକ୍ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ନାକଟିଦେଉଳ ବିଡିଓ ବିଶିକେସନ ସାହୁ ଅନଶନ କାରୀଙ୍କ ପାଖକୁ ଯାଇ ୭ ଦିନ ମଧ୍ୟରେ ଏହି ରାସ୍ତାଗୁଡିକର ମରାମତି କାମ କରିବାକୁ ପ୍ରତିଶୃତି ଦେବା ପରେ ଅପରାହ୍ନ ୨ ଟାରେ ଅନଶନ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.