ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ପୁରୁଣା ତାଲପଟିଆଠାରେ ଚାଇଲ୍ଡଲାଇନ ସହିତ ବନ୍ଧୁତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାଇଲ୍ଡଲାଇନ ଦ୍ଵାରା ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏହାର ସଦସ୍ୟ ରାଧେଶ୍ୟାମ ନାଏକ। ଏହାର କେନ୍ଦ୍ରୀୟ ସଂଯୋଜକ ଆଶିଷ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଗୁରୁତ୍ବ, ଆବଶ୍ୟକତା, ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ସୁରକ୍ଷା ଉପରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଯଥାକ୍ରମେ ଡୋଜି ପଟେଲ, ସଂଧ୍ୟାରାଣୀ ସାହୁ ଓ କପିଳାସ କଉଡ଼ି ଅଧିକାର କରିଥିଲେ ।ସେହିପରି ସ୍ଲୋଗାନ ଲିଖନ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ଯଥାକ୍ରମେ ତପସ୍ଵିନୀ ସାହୁ, ଦେବାନନ୍ଦ ସାହୁ ଓ ଗୁଡ୍ଡି ଉର୍ମା। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଆସନ୍ତା ୨୦ ନଭେମ୍ବର ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି। କୋଭିଡ ନିୟମାବଳୀକୁ ପାଳନ କରି ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠିତ କରିବାରେ ଅଙ୍ଗନୱାଡ଼ି କର୍ମୀ ରାଜେଶ୍ବରୀ ମହାନନ୍ଦ, ଚାଇଲ୍ଡଲାଇନ ସଦସ୍ୟ ଜ୍ୟୋତ୍ସ୍ନା ପ୍ରଧାନ, ଅଧିକାରୀ ନାଏକ, ଉର୍ମିଳା ପଟେଲ, କୁଲଦୀପ ପଟେଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post