ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତିଙ୍କ ଆବାହକତ୍ୱରେ ସାଙ୍ଗଠନିକ ଓ୍ୱେବିନାର୍ ମିଟିଙ୍ଗ୍ 

0 1

 ସାମିଲ ହେଲେ ରାଜ୍ୟ ସଭାପତି  ଦେବୀ ତ୍ରିପାଠୀଙ୍କ ସହ ଅନ୍ୟ ନେତୃବୃନ୍ଦ

ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ନିକଟତର କରିବାକୁ ରାଜ୍ୟ ସଭାପତିଙ୍କ ପରାମର୍ଶ 

ସମ୍ବଲପୁର,( ରମାକାନ୍ତ ବିଶ୍ବାଳ):  ଦ୍ୱିତୀୟ ଥର ପାଇଁ ସମ୍ବଲପୁର ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ଘୋଷଣା ପରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି ଡକ୍ଟର ସିଦ୍ଧାନ୍ତ ମହାନ୍ତିଙ୍କ ନେତୃତ୍ବରେ ପ୍ରଥମ ସାଙ୍ଗଠନିକ  ଓ୍ୱେବିନାର୍ ମିଟିଙ୍ଗ୍ ଆୟୋଜନ କରାଯାଇଥିଲା। ଏହି ଓ୍ୱେବିନାର୍ ମିଟିଙ୍ଗ୍ ରେ ମୁଖ୍ୟ ଅତିଥି ରୂପେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ସହ ରାଜ୍ୟ କାର୍ଯ୍ୟକାରି ସଭାପତି ଅଭିନାଶ ଠାକୁର୍, ବରିଷ୍ଠ ରାଜ୍ୟ ଉପସଭାପତି ସ୍ୱାଗତିକା ମହାନ୍ତି,ରାଜ୍ୟ ଉପସଭାପତି ଅଭିନାଶ ପଟେଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ପାଢ଼ୀଙ୍କ ସହ ଦଳର ପୂର୍ବତନ ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଓ୍ୱେବିନାର୍ ମିଟିଙ୍ଗ୍ ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ଆଦେଶରେ ଦଳ କୁ କିପରି ତ୍ରୁଣମୁଳ ସ୍ତରରୁ ଆହୁରି ସୁଦୃଢ କରାଯାଇପାରିବ ଓ ଲୋକଙ୍କ ନିକଟତର କରାଯିବ ସେ ବିଷୟରେ ଶ୍ରୀ ତ୍ରିପାଠୀ ପରାମର୍ଶ ଦେବା ସହ ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଦଳକୁ ଆଗକୁ ନେବା ପାଇଁ ପ୍ରେରଣା ଦେଇଥିଲେ। 

 

 

 

Leave A Reply

Your email address will not be published.