ଓଡ଼ିଶା କେନ୍ଦୁପତ୍ର କର୍ମଚାରୀମାନଙ୍କ ପାଇଁ ଇପିଏଫ୍ କାର୍ଯ୍ୟକାରୀ ପାଇଁ ଦାବି l 

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ ବୈଠକ ଦେବଗଡ଼ ଜ଼ିଲ୍ଲା ବାରକୋଟ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ଜ଼ିଲ୍ଲା ର ବାରକୋଟ ଏବଂ କନ୍ଧଲ ରେଞ୍ଜ ର ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ।  ଏହି ସଭା କୁ ସଂଘ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କର୍ମଚାରୀ ମାନଙ୍କ ପାଇଁ ଘୋଷଣା ହୋଇଥିବା ଇ ପି ଏଫ୍ କୁ ଶୀଘ୍ର କାର୍ଯ୍ୟକାରି କରିବା ପାଇଁ ଦାବି କରିଥିଲେ। କର୍ମଚାରୀ ମାନଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ, ନିର୍ଦ୍ଧାରିତ ସମୟ ପୂର୍ବରୁ କର୍ମଚାରୀ ମାନଙ୍କୁ କାର୍ଯ୍ୟ ରୁ ନିବୃତ କରିବା ଘଟଣା ପାଇଁ ସଭାରେ ଉଦବେଗ ପ୍ରକାଶ ପାଇଥିଲା। କେନ୍ଦୁପତ୍ର ସଂସ୍ଥା ଉପରୁ ଜି ଏସ ଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଛି। ଏହି  ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଗୁରୁ ଚରଣ ପ୍ରଧାନ, ଗୁରୁ ଚରଣ ବେହେରା, ବିନୋଦ ପ୍ରଧାନ, ଘାସିରାମ ପ୍ରଧାନ, ମଧୁ ସୁଦାନ ଧଳ, କୁମୁଦ ସାହୁ, ପୂର୍ଣ୍ଣ ଚନ୍ଦ୍ର ଦେହୁରୀ, ସନ୍ତୋଷ ମହାକୁଡ ପ୍ରମୁଖ ଉଦବୋଧନ ଦେଇ ସଂସ୍ଥା ରୁ କର୍ମଚାରୀ ଙ୍କୁ ଚଟେଇ କିମ୍ବା ଦରମା ପ୍ରଦାନ ରେ ବିଳମ୍ବ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲେ।

   

Leave A Reply

Your email address will not be published.