ବରଗଡ :- ସାରା ବିଶ୍ୱ ବର୍ତ୍ତମାନ ସମୟରେ କୋରୋନା ମହାମାରୀ ସହିତ ସଂଗ୍ରାମ କରୁଛି । ଏହି ମହାମାରୀ ଦ୍ୱାରା ମାନବ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ପ୍ରଭାବିତ ହୋଇଛି ଏଥିରେ ସନ୍ଦେହ ନାହିଁ । ଏହି ମହାମାରୀ କାରଣରୁ ବର୍ତ୍ତମାନ ସମୟରେ ବିଭିନ୍ନ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ର ଘୋର ଅଭାବ । ଏହି ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଗତ କିଛି ମାସ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଜୁ ଜନତା ଦଳ ଓ ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ଚାଲିଛି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ । କୋରୋନା କାଳରେ ବରଗଡ଼ ଜିଲ୍ଲା ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରମାଗତ ଭାବରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିରର ଆୟୋଜନ କରି ବିଭିନ୍ନ ରକ୍ତ ଭଣ୍ଡାରର ଆବଶ୍ୟକତା କୁ ପୂରଣ କରିବାର ପ୍ରଚେଷ୍ଟା ଜାରି ରଖିଛି । ଏହିକ୍ରମ ରେ ଆଜି ଭଟଲି ବିଧାୟକ ତଥା ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂହ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭୋନା ବ୍ଲକ ରୁଚିଦା ଗ୍ରାମ ପଂଚାୟତ ବରା ଗ୍ରାମ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂହ ଫିତାକାଟି ଉଦ୍ଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ସିଂ ଙ୍କର ଉଦ୍ୟମ , ଜୀବନବିନ୍ଦୁ କାର୍ଯ୍ୟକ୍ରମ ର କର୍ମକର୍ତ୍ତା ଙ୍କର ସେବା ମନୋଭାବ ଓ ସ୍ଥାନୀୟ ଲୋକଙ୍କର ସହଯୋଗରୁ ଏହି ଶିବିର ରେ ସର୍ବମୋଟ ୫୧ ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା। ଆମ୍ବଭନା ବ୍ଳକ ଅଧ୍ୟକ୍ଷା ନୀଳ କୁମାରୀ ନାଏକ,ରଘୁନାଥ ପଟେଲ,ଗୁରୁଚରଣ ପଧାନ, ଚୁଡାଧର ପଧାନ ଦୁର୍ବାଦଳ ବେହେରା, ଓଡ଼ିଶା ମୋ ପରିବାରର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର ଜୀବନ ବିନ୍ଦୁ ଜିଲ୍ଲା ସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତ ଦାତା ମାନଙ୍କୁ ଓଡ଼ିଶା ମୋ ପରିବାର ତରଫରୁ ମାନ୍ୟବର ମନ୍ତ୍ରୀ ସମ୍ମାନିତ କରିଥିଲେ । ସମସ୍ତ ରକ୍ତଦାତା,ଶୁଭେଚ୍ଛୁ ଏବଂ ଗ୍ରମାବାସୀ ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲା ଜିବନ ବିନ୍ଦୁ କାର୍ଯ୍ୟକ୍ରମ ର ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ।
Sign in
Sign in
Recover your password.
A password will be e-mailed to you.