ପତ୍ରାପାଲୀ (ଖ) ଗ୍ରାମପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ।

0

ଟିଟିଲାଗଡ (ଗୌରବ ଦର୍ଜୀ)- ନଭେମ୍ବର ୧୧ ତାରିଖ ଦିନ ଦୁଇଟା ସମୟ ରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି (ଖ) ଗ୍ରାମପଞ୍ଚାୟତ ର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ହେମନ୍ତ କୁମାର ପୋଡ଼ ଙ୍କ ଉପରେ ପତ୍ରାପାଲି  ଗ୍ରାମର ଚାରି ଜଣ ବ୍ୟକ୍ତି ମଦ୍ୟପାନ କରି ଆକ୍ରମଣ କରିଥିଲେ। ପତ୍ରାପାଳୀ (ଖ) ଗ୍ରାମପଞ୍ଚାୟତ ରେ ଚାଉଳ ବଣ୍ଟନ ସମୟ ରେ ପତ୍ରାପାଳୀ ଗ୍ରାମର  ଚାରି ଜଣ ବ୍ୟକ୍ତି ଜୁଦାମନ ନାଗ , ସରୋଜ ବାଗ, ଯଦୁମଣି ନାଗ, ଲକ୍ଷପତି ବାଗ ଆଦି ଆସି ସାତ ବସ୍ତା ଲେଖାଏଁ ଚାଉଳ ମାଗି ଥିଲେ। ଏହା କୁ ବାରଣ କରିବାରୁ ସହକାରୀ ଯୋଗାଣ ଅଧିକାରୀ ହେମନ୍ତ ପୋଡ଼ ଙ୍କ ଉପରେ ଆକ୍ରମଣ କରି ଜୀବନ ରୁ ମାରି ଦେବା ପାଇଁ ଧମକ ଦେଇ ସ୍ଥାନୀୟ ହିତାଧିକାରୀ ମାନଙ୍କୁ ଗାଳିଗୁଲଜ କରି ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ସେଠାରେ ଚାଉଳ ବଣ୍ଟନ ହେଉଥିବା ସମୟରେ ବ୍ୟବହୃତ ପି ଓ ଏସ ଯନ୍ତ୍ର ଓ ବୈଦ୍ୟୁତିକ ଓଜନ ଯନ୍ତ୍ର କୁ ଭଙ୍ଗାରୁଜା କରିଥିଲେ ବୋଲି ଅଭିଯୋଗ ହୋଇଛି। ସେହି ସମୟ ରେ ପତ୍ରାପାଲି (ଖ) ଗ୍ରାମପଞ୍ଚାୟତ ର ସରପଞ୍ଚ ଲିଙ୍ଗରାଜ ବାଗ ଉକ୍ତ ସ୍ଥାନରେ ପହଞ୍ଚି ମୁରିବାହାଲ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ନଭେମ୍ବର ୧୧ ତାରିଖ ରାତି ୧୧ ଟା ସମୟରେ ଅଭିଯୁକ୍ତ ମାନେ ଶ୍ରୀ ପୋଡ଼ ଙ୍କ ଖେରଟ  ସ୍ଥିତ ବାସଭବନ ରେ ଆକ୍ରମଣ କରି ଜାଳି ଦେବା ପାଇଁ ପ୍ରୟାସ କରିଥିଲେ। ସେହି ସମୟରେ ମୁରିବାହାଲ  ପୋଲିସ ସୂଚନା ପାଇ ଉକ୍ତ ସ୍ଥାନରେ ପହଞ୍ଚି ଆକ୍ରମଣକାରୀ ଙ୍କୁ ଗିରଫ କରିଥିଲା। କିନ୍ତୁ କିଛି ସମୟ ପରେ ତାଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମୁରିବାହାଲ ବ୍ଲକ ର ସମସ୍ତ ଯୋଗାଣ ଅଧିକାରୀ ଆଜି ଟିଟିଲାଗଡ ଉପଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପ୍ରଥମ ଥର ପାଇଁ ନୁହେଁ ଆଗରୁ ମଧ୍ୟ ଅନେକ ସମୟରେ ମଦ୍ୟପ ମାନେ ଆସି ଏହିପରି ହରକତ କରୁଥିବା ଅଭିଯୋଗ କରିଛନ୍ତି। ତେଣୁ ଆକ୍ରମଣ କରି ମାନଙ୍କୁ ଉଚିତ ଦଣ୍ଡ ଦେବା ସହ ବ୍ଲକ ର ସମସ୍ତ ଯୋଗାଣ ଅଧିକାରୀ ଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.