ଉତ୍କଳ ସାମ୍ବାଦିକ ସଙ୍ଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

0

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଆଜି ଜାତୀୟ ପ୍ରେସ ଦିବସ ଅବସରରେ ନୂତନ କାର୍ଯ୍ୟଳୟ କୁ  ବରିଷ୍ଠନାଗରିକ ତଥା ଆଦିବାସୀ ସମାଜସେବୀ  ଶୁକ୍ରା ମାଡି ଙ୍କ ଦ୍ଵାରା ଉଦଘାଟନ ହେଇଛି । ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଅତିଥି ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଢି, ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ସମେତ ଜିଲ୍ଲାସ୍ତରୀୟ ବହୁ ଅଧିକାରୀ ଉପ ସ୍ଥିତ ରହିଥିଲେ ।  ସାମ୍ୱାଦିକ ଭବନ ଉଦଘାଟନ ପରେ ସମସ୍ତ ସାମ୍ବାଦିକ ମାନେ ଏକ ସମ୍ମିଳିତ  ରାଲିକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ରାଲିରେ ମଦବିରୋଧି ଓ କରୋନା ବିରୋଧୀ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ । ଏହିରାଲି ରେ ଉତ୍କଳ ସାମ୍ବାଦିକ ସଙ୍ଘ ସହ ଅବକାରୀ ବିଭାଗ, ନେହୁରୁ ଯୁବାକେନ୍ଦ୍ର  ର ସ୍ୱେଚ୍ଛାସେବି ଅଂଶ ଗ୍ରହଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ କୁ ସଙ୍ଘ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ପାତ୍ର ପରିଚାଳନା କରିଥିବା ବେଳେ ସମ୍ପାଦକ ଶ୍ରୀ ସତ୍ୟନାରାୟଣ ଦାସ, କୋଷାଧ୍ୟକ୍ଷ  ଶ୍ରୀ ଶ୍ରୀନିବାସ ପାତ୍ର, ସୋନୁ ଅନୁଗୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ମନୋଜ ମହାନ୍ତି, ଯୁଗ୍ମ ସମ୍ପାଦକ କିଶୋର ପାଟୀକା,ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଅବିନାଶ ବେହେରା, ରାଜେଶ ଓଝା,ପ୍ରଶାନ୍ତ ବେହେରା,ଅଜିତ କୁମାର ସାଗରିୟା,ଭଗବାନ ସାହୁ ପ୍ରମୁଖ ଯୋଗଦେବା ସହ ସହଯୋଗ କରିଥିଲେ ।

Leave A Reply

Your email address will not be published.