ବରଗଡ :- ପଦ୍ମପୁର ଉପଖଣ୍ଡରେ ଅବସ୍ଥିତ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଦିମାଳ ଗାଁ ରେ ମହାନ୍ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ଗାମ୍ଭିର୍ଯ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୂଳନିବାସୀ ଛାତ୍ର ଓ ଯୁବ ସାମୁଖ୍ୟ ଓଡ଼ିଶା ସଂଗଠନ ତରଫରୁ ଆୟୋଜିତ ବିର୍ସା ମୁଣ୍ଡାଙ୍କର ଏଇ ୧୪୫ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସଂଗଠନ ର ଜିଲ୍ଲା ସଭାପତି ସୁନୀଲ ତାଣ୍ଡି ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ସଭାପତି ଧିମାନ ଗୋପବନ୍ଧୁ ଶିକା ପ୍ରାକ୍ ସୂଚନା ଦେଇଛନ୍ତି। ଉକ୍ତ ସଭାରେ ଧିମାନ ଚନ୍ଦ୍ରହାସ୍ୟ ତାଣ୍ଡି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିର୍ସା ମୁଣ୍ଡାଙ୍କର ଦେଶ ମାଟି ପାଇଁ ତ୍ୟାଗପୂତ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ଏହି କାର୍ଯ୍ୟକ୍ରମରେ ଗୋବିନ୍ଦ , ବଳରାମ , ଦୁର୍ଯ୍ୟୋଧନ , ସୁବାସ , ଅନ୍ତର୍ଯ୍ୟାମୀ , ଶତ୍ରୁଘନ ,ମନୋଜ ସୁବାସ ସହଯୋଗ କରିଥିବା ବେଳେ ପରିଶେଷରେ ଗୋପବନ୍ଧୁ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post