ବୁଗୁଡା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଗୁଡିକରୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ଆଠ ଜଣଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡା ସହରର ଚନ୍ଦନ ରେସିଡେନ୍ସିରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଲିଙ୍ଗରାଜ ଜେନା, ମୁଖ୍ୟ ବକ୍ତା ଭାବେ କବି ଅନନ୍ତ କର ଓ ସମ୍ମାନିତ ଅତିଥି ଭାବେ ସୁବାସ ଚନ୍ଦ୍ର ମହାରଣା ଯୋଗଦେଇ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ଶିକ୍ଷକମାନଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ଗୌରୀ ଶଙ୍କର ମିଶ୍ର, ନବଘନ ମିଶ୍ର, ଗିରିଧାରୀ ସ୍ଵାଇଁ, ରମେଶ ଚନ୍ଦ୍ର ଆଲଟିଆ, ରମେଶ ଚରଣ ସ୍ଵାଇଁ, ପ୍ରଶନ କୁମାର ମହାପାତ୍ର, ଭଗବାନ ପ୍ରଧାନ, ଓ ଗୌରୀ କୁମାର ତ୍ରିପାଠୀ ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । କାହ୍ନୁ ଚରଣ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଶାନ୍ତ କୁମାର ଗୌଡ଼, କୃତ୍ତିବାସ ପଟ୍ଟନାୟକ, ମନୋଜ କୁମାର ଶତପଥୀ, ରାଜେନ୍ଦ୍ର କୁମାର ସାହୁ, ମୃତ୍ୟୁଞ୍ଜୟ ହୋତା ପ୍ରମୁଖ ଅବସର ସମୟ ଶାନ୍ତିରେ କଟିବା ପାଇଁ କାମନା କରିବା ସହ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.