ଶିଶୁ ଦିବସ ଓ ଦୀପାବଳି ରେ ସମର୍ପିତ ଓ ସେବା ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ

0

ଭୁବନେଶ୍ୱର(ଶାସକ ପ୍ରଶାସକ): ପ୍ରତ୍ୟେକ ବର୍ଷ ସମର୍ପିତ ଓ ସେବା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ଓ ଦୀପାବଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ପାଳନ କରାଯାଇଛି।

ସକାଳ ୯ଟା ବେଳେ ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ର କାର୍ଯ୍ୟକର୍ତା ମାନେ ମଧୁରମୟୀ ଶିକ୍ଷା ନିକେତନ ରେ ପହଂଚି ସ୍ୱର୍ଗତଃ ନୀଳକଣ୍ଠ ପରିଡା ଙ୍କ ସ୍ମୃତିରେ ଓ ଶିଶୁ ଦିବସ ଅବସରରେ କୁନି କୁନି ପିଲାଙ୍କୁ ପାଠ୍ୟ ଉପକରଣ ଓ ଜଳଖିଆ ବଣ୍ଟନ କରିଥିଲେ ପିଲା ମାନଙ୍କୁ ଦୀପ ପ୍ରଦାନ କରି ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଖଦି ଗ୍ରାମଦ୍ୟୋଗ ବୋର୍ଡ ର ସଭାପତି ଶ୍ରୀ ସଂଗ୍ରାମ ପାଇକରାୟ, ମହିଳା ଶିଶୁ କଲ୍ୟାଣ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ,କମିଶନରେଟ ପୋଲିସ ଏ ସି ପି ଶ୍ରୀ ଲଳିତେନ୍ଦୁ ମହାନ୍ତି ଯୋଗ ଦେଇଥିଲେ।

ତା ପରେ ନୀଳକଣ୍ଠ ପରିଡା ଙ୍କ ସ୍ମୃତିରେ ପଳାଶୁଣି ଦୁର୍ଗା ମଣ୍ଡପ ରେ କମିଶନରେଟ ପୋଲିସ ସହଭାଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ବାଣ ବଦଳ ରେ ଅସହାୟ ଙ୍କ ମୁହଁରେ ହସ ଫୁଟେଇବା କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ବଶେଷରେ ଦିବ୍ୟଦୃଷ୍ଟି ଦୃଷ୍ଟିହୀନ ଆଶ୍ରମ ରେ ଅବଢ଼ା ବିତରଣ କରାଯାଇଥିଲା ଏବଂ ଦୀପ ଇତ୍ୟାଦି ବଣ୍ଟନ କରାଯାଇ କେବଳ ଦୀପ ଜାଳି ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସମର୍ପିତ ଓ ସେବା ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.