ବସ୍ତି ଶିଶୁଙ୍କ ଗହଣରେ ଶିଶୁ ଦିବସ ପାଳିଲେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟମା ୟୁଥ୍ କ୍ଲବ 

0

ଭୁବନେଶ୍ୱର : ଜୟଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟମା ୟୁଥ୍ କ୍ଲବ ତରଫରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଶିଶୁଦିବସ ପାଳନ କରାଯାଇଛି| ପଥରବନ୍ଧ ଲାୟନସ କ୍ଲବ୍ ଓ ଷ୍ଟାର୍ କ୍ଳବ୍, ତ୍ରିନାଥ ବସ୍ତିରେ ପଢୁଥିବା ପିଲାମାନଙ୍କ ସହିତ ଶିଶୁ ଦିବସ ପାଳନ କରି କରୋନା ସଚେତନତା କରାଯିବା ସହିତ ମାସ୍କ୍, ପେନ୍, ପେନସିଲ୍, ବିସ୍କୁଟ, ରବର, ଚକୋଲେଟ୍ ଓ ଫଳ ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ, ସମ୍ପାଦକ ଦୀପକ ନାୟକ, ନଳିନୀ ବେହେରା, ସୌମ୍ୟ ରଂଜନ ପ୍ରଧାନ, ଲୋକେଶ କୁମାର,ସର୍ବଜିତ ସାହୁ, ଅନନ୍ତ ରେଡ୍ଡୀ, ଶିବାନନ୍ଦ ତାଡ଼, ସନ୍ତୋଷ କୁମାର ସାହୁ, ବିନୋଦ ସାହୁ, ଅକ୍ଷୟ କୁମାର ସ୍ବାଇଁ, ବାବୁ ସାହୁ, ଦିଲ୍ଲୀପ ବେହେରା, ଦାସ ବାବୁ, ସୁଶାନ୍ତ କୁମାର ମୁଦୁଲି,ଦୀନବନ୍ଧୁ ପତି, ସ୍ମୃତି ରଞ୍ଜନ ସାମଲ, ନରେନ୍ଦ୍ର ବିଶ୍ଵାଳ, ବିନୋଦ ସାହୁ ବାପୁ, ଆଲୋକ ପାଢ଼ୀ, ବିକା, ଭାଗୁ, ବାବୁଲି ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଆଲୋକର ପର୍ବ ଦୀପାବଳି ଉତ୍ସବରେ ଵାଣ ନଫୁଟାଇ ଘରେଘରେ ଦୀପ ଜାଳି ଦୀପାବଳୀ ଉତ୍ସବ ପାଳନ କରିବାକୁ ଟ୍ରଷ୍ଟର  ପ୍ରତିଷ୍ଠାତା ଡଃ ତ୍ରିପାଠୀ ଅନୁରୋଧ କରିଥିଲେ।

Leave A Reply

Your email address will not be published.