ଘଟଗାଁ:  ଓଡିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର 

0

ଘଟଗାଁ (ଶାସକ ପ୍ରଶାସକ): ଘଟଗାଁ ସ୍ଥିତ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ବିଜେଡି ଯୁବନେତା ତଥା ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର(ଟୁଟୁ) ଓ ବିଜେଡି ବ୍ଲକ ସଭାପତି ଦୋଳଗୋବିନ୍ଦ ବେହେରା ଉଦ୍ଘାଟନ କରିଥିଲେ | ଏହି ଶିବିରରେ ବହୁସଂଖ୍ୟାରେ ଲୋକ ଯୋଗ ଦେଇ ରକ୍ତଦାନ କରିଥିଲେ | ଏହି ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ବିଧାୟକ ଭାଗିରଥି ସେଠି, ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି କାନନ ବିହାରୀ ପହି, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ପ୍ରଦୀପ ସାହୁଙ୍କ ସମେତ ନେତୃବୃନ୍ଦ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ | ଏହି ଶିବିର ଆୟୋଜନରେ ଅଜିତ ପାଢ଼ୀ, କୁନା ମିଶ୍ର, ମୁନା ମିଶ୍ର, ବିକ୍ରମ ଜେନା, ମୁକେଶ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା  ସକ୍ରିୟ ଭୂମିକା ଗ୍ରହଣ କରିଥିଲେ | କରୋନା ପ୍ରଟୋକଲକୁ ସମ୍ମାନ ଦେଇ  ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୧୦୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଏଭଳି ଶିବିର ଆୟୋଜନ କରାଯିବ ବୋଲି ଯୁବ ନେତା ଦେବାଶିଷ ପାତ୍ର ସୂଚନା ଦେଇଛନ୍ତି |  

 

Leave A Reply

Your email address will not be published.