ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆଙ୍କ ସାଥୀରେ – ଧର୍ମେନ୍ଦ୍ର

0

• ଅମ୍ଫନ ବାତ୍ୟା ପାଇଁ ଓଡ଼ିଶାକୁ ଅତିରିକ୍ତ ୧୨୮.୨୩ କୋଟିର କେନ୍ଦ୍ରୀୟ ସହାୟତା

• ଛଅଟି ରାଜ୍ୟ ପାଇଁ  ୪୩୮୧.୮୮ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା 

• ଅତିରିକ୍ତ ୧୨୮.୨୩ କୋଟିର ସହାୟତା ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟକ ହେବ

• ଅମ୍ଫନ ବାତ୍ୟା ପାଇଁ ଓଡିଶାକୁ ମଇ ମାସରେ ଅଗ୍ରୀମ ୫୦୦ କୋଟି ଦେଇଥିଲେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)  – ପ୍ରାକୃତିକ ବିପର୍ଯ୍ୟୟ ତଥା ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଓଡ଼ିଶାକୁ ପୂର୍ବରୁ ତତ୍କାଳ  ୫୦୦ କୋଟି ଏବଂ ପୁଣି ଅତିରିକ୍ତ ୧୨୮.୨୩ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏହି ଆର୍ଥିକ  ସହାୟତା ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ବାତ୍ୟା ପରବର୍ତ୍ତୀ ସଂକଟ ସମୟରେ ଲଢ଼ିବା ପାଇଁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି  ।

୨୦୨୦ ମଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବାତ୍ୟା ଅମ୍ପନ ବାତ୍ୟା ପ୍ରଭାବିତ ରାଜ୍ୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଗସ୍ତ କରି ଓଡ଼ିଶା ପାଇଁ ତତ୍କାଳ  ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ  । ପ୍ରଧାନମନ୍ତ୍ରୀ ବିଶେଷଭାବରେ ଓଡ଼ିଶାର କଠିନ ସମୟରେ ସର୍ବଦା ଓଡ଼ିଆ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି  ।

ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ସିକ୍କିମ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରକୁ ଅତିରିକ୍ତ ୪୩୮୧.୮୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦିଆଯାଇଛି  । ଏହି ଆର୍ଥିକ ସହାୟତା ବାତ୍ୟା, ବନ୍ୟା, ଭୂସ୍ଖଳନ ଯୋଗୁଁ କ୍ଷତି ହୋଇଥିବା ରାଜ୍ୟ ଗୁଡ଼ିକର ଭିତ୍ତିଭୂମି ଏବଂ ଜୀବନଜୀବିକାର ପୁନଃଉଦ୍ଧାର କାମକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି  । 

 

Leave A Reply

Your email address will not be published.