ବଲାଙ୍ଗୀର/ ନିରୋଜ ମିଶ୍ର : ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଏସଷ୍ଟି ଠକେଇ ମାମଲାରେ ଅଭିଯୁକ୍ତ ମା-ପୁଅ ଗିରଫ ହେବା ପରେ ଆଜି ପୁଣି ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ମିଶନ ଶକ୍ତି ଯୋଜନାରେ ଋଣ କରିଦେବା ନାଁରେ କୋଟି କୋଟି ଟଙ୍କାର ଠକେଇ କରୁଥିଲେ ଅଭିଯୁକ୍ତ ମହିଳା ଗାୟତ୍ରୀ ଜୟଶ୍ବାଲ ଓ ତାଙ୍କ ପୁଅ ବିରେନ୍ଦ୍ର ଜୟଶ୍ବାଲ ।ତେବେ ଏକ ଭୂତ କମ୍ପାନୀ ଖୋଲି 25 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଜିଏସଟି ଠକେଇ କରିଥିବା ଅଭିଯୋଗରେ ଗତ 10 ତାରିଖରେ ମା-ପୁଅଙ୍କୁ ଗିରଫ କରିଥିଲା ଟାଉନ ଥାନା ପୋଲିସ । ସେପଟେ ସମାନ ଭାବରେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଯୋଜନାରେ ଲୋକଙ୍କୁ ଋଣ କରିଦେବା ନାଁରେ ବରଗଡ଼ ଜିଲ୍ଲା ଗାଇସିଲେଟ ଗ୍ରାମର ଅଶୋକ କଲେତ ମଧ୍ୟ ଗରିବ ମହିଳା ଓ ଲୋକଙ୍କ ଠୁଁ ଜରୁରୀ କାଗଜ ପତ୍ର ସଂଗ୍ରହ କରି ଠକେଇ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ତେବେ ଅଭିଯୁକ୍ତ କହିବା ଅନୁସାରେ ବଲାଙ୍ଗୀରର ଜଣେ ସମାଜସେବୀ ତଥା ସୂଚନା ଅଧିକାର କର୍ମୀଙ୍କ ସମ୍ପର୍କରେ ଆସି ଭୁନେଶ୍ବରସ୍ଥିତ କ୍ରସ ସଂଗଠନ ସହିତ ଯୋଗାଯୋଗ କରିଥିଲେ। ଏବଂ ପରେ ସମ୍ବଲପୁର ଜିଲ୍ଲା ମିଶନ ଶକ୍ତି ଯୋଜନାର କାର୍ଯ୍ୟ ବୁଝିଥିବା ଅକ୍ଷୟ ବାରିକଙ୍କ ସହିତ ସେ ଯୋଗାଯୋଗରେ ଆସି ତାଙ୍କୁ ଏହି ସବୁ କାଗଜ ପତ୍ର ଦେଇଥିବାର କହିଛି।ଏପରିକି ନିଜର କାଗଜ ପତ୍ର ମଧ୍ୟ ସେ ଦେଇଥିବାବେଳେ ତା ନାଁରେ ମଧ୍ୟ ସମାନ ଠକେଇ ହୋଇଥିବାର ସେ ଓଲଟା ଅଭିଯୋଗ କରିଛି। ତେବେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତିରେ ମହିଳାମାନଙ୍କ ପାଇଁ ଥିବା ଯୋଜନା ଓ ଋଣ ନାଁରେ ଏହି ଠକେଇ ଚାଲିଥିଲା। ତାହା ପୁଣି ଖୋଦ୍ ମିଶନ ଶକ୍ତି ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ । ଯାହା ନିହାତି ବାହାରେ ଏକ ଗମ୍ଭୀର ବିଷୟ ଅଟେ ଏବଂ ଏହାର ତଦନ୍ତ ହୋଇ ଏସବୁ ମୂଳ ଦୋଷୀଙ୍କୁ ଧରିବା ଜରୁରୀ ହୋଇଛି ବୋଲି ମତ ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.