ବିଶ୍ୱ ନିମୋନିଆ ଦିବସ : ଲକ୍ଷ୍ୟଣ ଜାଣିଲେ ନିମୋନିଆକୁ ଦମନ କରିବା ସମ୍ଭବ ।

0

 

ସମ୍ବଲପୁର-(ରମାକାନ୍ତ ବିଶ୍ବାଳ)-  ନିମୋନିଆ ଏକ  ଗୁରୁତର ରୋଗ ଓ ସାରା ବିଶ୍ୱରେ ୫ ବର୍ଷର କମ ବୟସର ଶିଶୁଙ୍କ ମୃତ୍ୟୁର ପ୍ରମୂଖ କାରଣ ହୋଇଥିବାରୁ ଶିଶୁଙ୍କ ଜୀବନକୁ ସୁଖମୟ କରିବାକୁ ନିମୋନିଆକୁ ଦମନ କରିବାକୁ ହେବ।

       ଆଜି ବିଶ୍ୱ ନିମୋନିଆ ଦିବସରେ ସହରାଞ୍ଚଳ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ (ୟୁଏମଏଚୟୁ) ପକ୍ଷରୁ ହୀରାକୁଦର କଦମପଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ସଭାର ଆୟୋଜନ ହୋଇଥିଲା ।ଏଥିରେ ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ଯୋଗଦେଇ କାଶ,ଥଣ୍ଡା,ଦ୍ରୁତ ଗତିରେ ନିଶ୍ୱାସ ପ୍ରଶ୍ୱାସ ନେବା,ଛାତି ଭିତରକୁ ପଶିଯିବା ଓ ଅଧିକ ଜ୍ୱର ଭଳି ଲକ୍ଷଣ ଚିହ୍ନଟ କରି ତୁରନ୍ତ ଚିକିତ୍ସା ସେବା ଯୋଗାଇଦେଲେ ଶିଶୁଙ୍କ ଜୀବନ ଶାନ୍ତିମୟ ହୋଇପାରିବ ବୋଲି କହିଥିଲେ ।ସ୍ଥାନୀୟ ଆଶା ବାସନ୍ତି ସ୍ୱାଇଁଙ୍କ ଆବାହକତ୍ୱରେ ଅନୁଷ୍ଟିତ ସଚେତନତା ସଭାରେ ଫାର୍ମାସିଷ୍ଟ ସଞ୍ଜିବ ପ୍ରଧାନ ସଭାର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏଏନଏମ ନିବେଦିତା ପାଣ୍ଡେ ଶିଶୁଙ୍କ ଯତ୍ନ ଉପରେ ବୁଝାଇଥିଲେ ।ଆୟୋଜିତ ସଭାରେ ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମିନାରାୟଣ ମହାପାତ୍ର ଅତିଥି ରୂପେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସକୁନ୍ତଳା ସ୍ୱାଇଁ,କେତକୀ ସାହୁ,ଭାନୁପ୍ରିୟା ସ୍ୱାଇଁ,ଅଞ୍ଜଳି ସାହୁ,ପୁଷ୍ପଲତା ସାହୁ,ଅନିତା ସାହୁ,ଲକ୍ଷ୍ମୀ ପଟ୍ଟା,ସୁନିତା ବେହେରା,ଲଲିତା ନାୟକ,ଇତିଶ୍ରୀ ସାହୁ,ସୁତପା ମୁଖାର୍ଜୀ,ସୁମିତ୍ରା ମିର୍ଦ୍ଦା,ସୁଜାତା ସ୍ୱାଇଁ,ନମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇ ୬୫ ଜଣଙ୍କୁ ଚିକିତ୍ସା ସେବା ଯୋଗାଇଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରକ୍ତଚାପ,ମଧୁମେହ ପରୀକ୍ଷା ସହିତ ମାଗଣା ଔଷଧ ଯୋଗାଇ ଦିଆଯାଇଥିଲା । ଶେଷରେ ଅନିଲ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ । ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା ପ୍ରତି ଉପସ୍ଥିତ ନାଗରିକ ଖୁସି ପ୍ରକଟ କରିଥିଲେ ।ସେହିପରି ଗୋବିନ୍ଦତୋଲା ଠାରେ ପ୍ରତିଭା ମହିଳା ଆରୋଗ୍ୟ ସମିତି ଦ୍ୱାରା ଆଶା କୁନି ହାତୀଙ୍କ ନେତୃତ୍ୱରେ ମଧ୍ୟ ବିଶ୍ୱ ନିମୋନିଆ ଦିବସ ଆୟୋଜିତ ହୋଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.