ନେହେରୁ ଯୁବ କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମ

0

ମେଲଛାମୁଣ୍ଡା,(ମନୋଜ ଭୋଇ): ବରଗଡ ଜିଲ୍ଳା ସୋହେଲା ବ୍ଳକ ଅଧିନସ୍ତ ଝର ଗ୍ରାମରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଭାରତ ସରକାର ଅଧିନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର, ବରଗଡ ତରଫରୁ ଏକ ଯୁବକ ସଂଘ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝର ଓ ସାର୍ଗୁଣାପାଲି ଗ୍ରାମର ସନ କ୍ଳବ, ଗୋଲଡେନ ପାରାଡାଇଜ କ୍ଳବ, ବି.ଆର ଆମ୍ବେଦକର କ୍ଳବ, ରୋଏଲ ଯୁବକ ସଂଘ, ରାଇଜିଂ ଷ୍ଟାର କ୍ରିକେଟ କ୍ଳବ, ଯୁବଜ୍ୟୋତି ଯୁବକ ସଂଘ, ସମଲେଶ୍ୱରୀ କ୍ଳବ, ବଜରଙ୍ଗବଲି କ୍ଳବ ଓ ରାମ ଭଜନ କ୍ଳବର ଯୁବକମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଆମନ୍ତ୍ରୀତ ଅତିଥି ଭାବେ ସୋହେଲା ବ୍ଳକ ବିଏଲସି ହାରାଧନ ବରିହା ଓ ସଂଜିବ ପଧାନ, ଅବସରପ୍ରାପ୍ତ ଶିକ୍ଷକ ପବିତ୍ର ବିଶ୍ୱାଲ, ଖେଳ ଶିକ୍ଷକ ସୁଶାନ୍ତ ସାହୁ ଯୋଗ ଦେଇ ନୂତନ କ୍ଳବ ଗଠନ, ନିଷ୍କ୍ରିୟ କ୍ଳବର ପୁନରୁଦ୍ଧାର ସାଙ୍ଗେ ସକ୍ରିୟ କ୍ଳବ ମାନଙ୍କର ସର୍ବଙ୍ଗିନ ବିକାଶ ତଥା ଗ୍ରାମ ମାନଙ୍କର ସାମାଜିକ ବିକାଶରେ ସହଭାଗୀ ହେବା ପାଇଁ ଅତିଥିଗଣ ଦିଗଦର୍ଶନ ଦେଇଥିଲେ । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଖେଳ ଏକ ଉତ୍କୃଷ୍ଠ ମାଧ୍ୟମ ବୋଲି ଜିଲ୍ଳା ଯୁବ ସଂଯୋଜକ ରୋଶନ ଟଣ୍ଡନ କହିଥିବା ବେଳେ ଜିଲ୍ଳା ପରାମର୍ଶଦାତା ତ୍ରିଲୋଚନ ଶତପଥି ଫିଟ ଇଣ୍ଡିଆ ବିଷୟରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ସବୁକୁ ତ୍ରିଲୋଚନ ଶତପଥି ସଂଯୋଜନା କରିଥିବା ବେଳେ ଝର ଗ୍ରାମର ଅନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.