କୃଷି ଓ କୃଷକ ବିରୋଧୀ ବିଲ୍ ପାରିତକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟି ତରଫରୁ ପ୍ରତିବାଦ ଶୋଭାଯାତ୍ରା

0 1

ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ  ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରର କୃଷି ଓ କୃଷକ ବିରୋଧୀ ବିଲ ପାରିତକୁ ବିରୋଧ କରି କୃଷକ ସମାବେଶ , ପ୍ରତିବାଦ ଶୋଭାଯାତ୍ରା , ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ନୂତନ କୃଷି ବିଲକୁ ବିରୋଧ କରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା କେନ୍ଦ୍ରରେ ମୋଦି ସରକାର କୃଷକ ମାନଙ୍କ ପାଇଁ ଯେଉଁ ନୂତନ ବିଲ ଆଗତ କରିଛନ୍ତି ତାହା କୃଷକ ମାନଙ୍କ କୌଣସି ହିତରେ ନାହିଁ ବରଂ ଏହି ବିଲ ବଡ଼ବଡ଼ ଶିଳ୍ପପତିଙ୍କ ହିତରେ ତିଆରି କରାଯାଇଛି ।

http://www.youtube.com/watch?v=7hGc5IvOThU  

ଏହି ଅଭିଯୋଗରେ ପାରଳାଖେମୁଣ୍ଡି ଜିଲା କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ଏକ ବିକ୍ଷୋଭ ଶୋଭାଯାତ୍ର ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଉପଜିଲ୍ଲାପାଳ  ସଂଗ୍ରାମ ଶେଖର ପଣ୍ଡାଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମରେ  ନଗର ସଭାପତି ବସନ୍ତ ପଣ୍ଡା ,  ସଞ୍ଜୟ ଅଧିକାରୀ , ଯାକବ ମାଝୀ ,  ମନୋଜ ସାହୁ , ସୂର୍ଯ୍ୟ ନାରାୟଣ ପାତ୍ର , କୁନା ମାଝୀ , ଅମ୍ବିକା ଗୌଡ଼ , ରାନୁ ଦଣ୍ଡସେନା , ଜୁନେସ ରଇତ , କପିଳା ଗୌଡ଼ , ମାଧବ ଜଗତ ସିଂ , ପୂର୍ଣ୍ଣଚନ୍ଦ୍ର ଗମାଙ୍ଗଙ୍କ ସମେତ ପାରଳାଖେମୁଣ୍ଡି ସହରର ଓ ବିଭିନ୍ନ ବ୍ଲକ ଅଞ୍ଚଳରୁ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.