୪ ଘଣ୍ଟା ମଧ୍ୟରେ ବାରିପଦା ପୋଲିସ ଉଦ୍ଧାର କଲା ଚୋରୀ ବୋଲେରୋ

0

ବାରିପଦା(ଦିଲ୍ଲୀପ ମହାନ୍ତି):ବାରିପଦା କାଳୀମନ୍ଦିର ସାହିରୁ  ଅପରାହ୍ନ ସମୟରେ ଚୋରୀ ହୋଇଥିବା ଏକ ବୋଲେରୋକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଠାବ କରିଛି ବାରିପଦା ଟାଉନ ଥାନା ପୁଲିସ୍‌। ସ୍ଥାନୀୟ କାଳିମନ୍ଦିର ସାହିରେ ରହୁଥିବା ବାରିପଦା ସଦର ଥାନା ଅନ୍ତର୍ଗତ ସିନ୍ଦୁରଗୌରା ଅଞ୍ଚଳର କିଶୋର କୁମାର ମହାନ୍ତଙ୍କ ଓଠି-୧୧ ବି-୬୩୪୪ ନମ୍ବର ବିଶିଷ୍ଟ ଏକ ବୋଲେରକୁ ଲୁଟେରାମାନେ ସୁଯୋଗ ଦେଖି ଅପରାହ୍ନ ୩ରୁ ୪ ମଧ୍ୟରେ ଚୋରୀ କରିନେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଚୋରୀ ଗାଡ଼ିକୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଳେ। ପୁଲିସ୍‌ ଲୁଟେରାମାନଙ୍କ ସମ୍ପର୍କରେ ସୁରାକ ପାଇବା ଜାଣିବା ପରେ ଗାଡ଼ିଚୋରମାନେ ଜାତୀୟ ରାଜପଥ ନିକଟସ୍ଥ ମଞ୍ଚାବନ୍ଧା ନିକଟରେ ଗାଡ଼ିଟିକୁ ଛାଡ଼ି ଫେରାର ହୋଇଯାଇଥିବା ଆଇଆଇସି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ଲୁଟେରାମାନଙ୍କୁ ଧରିବାକୁ ତନାଘନା ଜାରି ରହିଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.