ଛଟ୍ ପୁଜା ପାଇଁ କଟକଣା କୋହଳ କରିବା ପାଇଁ ଦାବି

0

http://www.youtube.com/watch?v=avk2T1koeX4  

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: – ବର୍ତ୍ତମାନ ସାରାଦେଶରେ ଅନଲକ ୫ କାଯ୍ୟକାରୀ  ହେବା ସହ ବିଭିନ୍ନ କ୍ଷେତ୍ରରେ କୋଭିଡକଟକଣା କୁ କୋହଲ କରାଯାଇଛି । ତେବେ ଆଗକୁ ଉତ୍ତର ଭାରତୀୟ ଲୋକଙ୍କ ଗଣପର୍ବ ଛଟ ଆୟୋଜନ ହେବାକୁ ଯାଉଛି । ଛଟ୍ ପୁଜା ସମୟରେ କୋଭିଡ ନିଯମ କୁ କୋହଲ କରି ଛଟ୍ ପୁଜା ପାଇଁ ଅନୁମତି ଦେବାକୁ ଛଟ୍ ପୁଜା କ୍ରିୟାନୁଷ୍ଠାନ କମିଟି ସମ୍ବଲପୁର ପକ୍ଷରୁ ସମ୍ବଲପୁର ଜିଲ୍ଲା ପ୍ରସାସନ ଙ୍କ ନିକଟରେ ଦାବି କରାଯାଇଛି । ଛଟ୍ ପୁଜା କ୍ରିୟାନୁଷ୍ଠାନ କମିଟି  ତରଫରୁ ସମ୍ବଲପୁର ଜିଲ୍ଲାପାଳ ଙ୍କ କାଯ୍ୟାଲୟ କୁ ଯାଇ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦିଆଯାଇ ବର୍ଷ ବର୍ଷର ଏହି  ମହାନ ପରମ୍ପରା ଛଟପୁଜା ଲୋକଙ୍କ ଭକ୍ତି ଓ ଭାବନା ସହ ଜଡିତ ହୋଇଥିବାରୁ  ଛଟପୁଜା ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି । ଛଟପୁଜା ସମୟରେ ଛଟପୁଜା କ୍ରିୟାନୁଷ୍ଠାନ କମିଟି ସମ୍ବଲପୁର ତରଫରୁ ସବୁ କୋଭିଡ ନିୟମ ପାଲନ କରାଯାଇ ଛଟପୁଜା ପାଲନ କରାଯିବ ବୋଲି କମିଟି ନିଷ୍ପତ୍ତି ନେଇଛି ।ତେଣୁ  ସମ୍ବଲପୁର ଜିଲ୍ଲା ପ୍ରସାସନ ଏନେଇ ପଦକ୍ଷେପ ନେଇ ଅନୁମତି ଦେବାକୁ କମିଟି ଦାବି କରିଛି ।

          

Leave A Reply

Your email address will not be published.