ଝାରସୁଗୁଡ଼ାରେ “ଫାଇଟ୍ ଅଗେନଷ୍ଟ କରପ୍ସନ” ସଂସ୍ଥା ଗଠିତ

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଆଜିଠାରୁ ଯୋଡ଼ି ହୋଇ ଯାଇଛି। ଏହି ନୂତନ ସଂସ୍ଥାର ନାମ “ଫାଇଟ୍ ଅଗେନଷ୍ଟ କରପ୍ସନ” (Fight Against Corruption) ରଖାଯାଇଛି। ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଏହାର ଉଦଘାଟନ ଉତ୍ସବରେ ଯୋଗଦେଇ ସଂସ୍ଥା ପାଇଁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ସଂସ୍ଥାର କାର୍ଯ୍ୟ ଓ କାର୍ଯ୍ୟପ୍ରଣାଳୀ ଉପରେ ସେ ଅନେକ ପରାମର୍ଶ ଦେଇଥିଲେ। ଏତଦ୍ ବ୍ୟତୀତ ଶ୍ରୀ ପୂଜାରୀ ଏପରି ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହ ଏହି ସଂସ୍ଥା ପାଇଁ ତାଙ୍କର ସର୍ବଦା ସହଯୋଗ ରହିବ ବୋଲି କହିଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀ ନରେଶ କୁମାର ନାୟକ ଏହି ସଭାରେ ସ୍ବାଗତ ଭାଷଣ ଦେଇଥିବା ବେଳେ ଝାରସୁଗୁଡ଼ା ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ଵ ରାଜେଶ ଜୟସ୍ବାଲ ଲୋକଙ୍କ ଅଧିକାର ଓ ହିତ ପାଇଁ କିପରି ଲଢ଼େଇ ଜାରି ରଖାଯାଇ ସେମାନଙ୍କୁ ଶୋଷଣମୁକ୍ତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସଙ୍ଗଠନର ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ କୁମାର ଷଡ଼ଙ୍ଗୀଙ୍କ ନାମ ଘୋଷିତ ହୋଇଛି। ଖୁବ ଶୀଘ୍ର ଏହାର ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କର ନାମ ଘୋଷଣା କରାଯିବ ବୋଲି ସଭାପତି ଶ୍ରୀ ଷଡ଼ଙ୍ଗୀ ଜଣାଇଛନ୍ତି।

Leave A Reply

Your email address will not be published.