ଗ୍ରାମ୍ୟ ଉନ୍ନୟନ ବିଭାଗ-(୧)ଦ୍ଵାରା ନିର୍ମିତ ରାସ୍ତା ନିମ୍ନ ମାନର !

0 1

ଗ୍ରାମବାସୀ ଙ୍କ ଅଭିଯୋଗ ପରେ ମଧ୍ୟ ସୁଧୁରୁନି ଅବସ୍ଥା ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ-(୧)ଦ୍ଵାରା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ର ପାର୍କନମାଲା ପଞ୍ଚୟତର ବାଲିମେଳା ରୁ ଜୟପୁର 326 ନମ୍ବର ଜାତୀୟ ରାଜପଥ ରୁ ତଥା ଭାଲୁଗୁଡା ଛକ ଠାରୁ ପାଣିଘାଟ ଗାଁ ପର୍ଯ୍ୟନ୍ତ ମୋଟ ତିନି କିଲୋମିଟର ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ଏକ କୋଟି 26ଲକ୍ଷ 26 ହଜାର ଟଙ୍କା ।ମାତ୍ର ଏହି ରାସ୍ତା ନିର୍ମାଣ ହେବାର ପ୍ରାୟ 5/6 ମାସ ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ଦୁଇ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ  ରାସ୍ତାରୁ ଧୀରେ ଧୀରେ ଉଠିଗଲାଣି ପିଚୁ । ଯାହା ଫଳରେ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବଡ ଛୋଟ ଗର୍ତ । ବର୍ତମାନ ରାସ୍ତାର ଅବସ୍ଥା ସମୂର୍ଣ୍ଣ ବେହାଲ ହୋଇ ପଡିଛି ।ବର୍ଷା ହେଲେ ଉକ୍ତ ରାସ୍ତାରେ ଥିବା ଗର୍ତ ଗୁଡିକରେ ପାଣି ଜମିରହି କାଦୁଅ ପଚ ପଚ ହେଉଛି ।ଏଭଳି ସ୍ଥିତିରେ ଆଉ କିଛିଦିନ ମଧ୍ୟରେ ଉକ୍ତ ରାସ୍ତାରେ ଥିବା ଅବଶିଷ୍ଟ ପିଚୁ ସମୁର୍ଣ୍ଣ ରୂପେ ଉଠି ଯିବାର ଆଶଙ୍କା ଦେଖା ଦେଇଛି । ଏହି ରାସ୍ତା ଦେଇ ଯିଏ ଥରେ ଯାଇଛି  ପ୍ରକୃତରେ ସିଏ ହିଁ କହିପାରିବ ସରକାରଙ୍କ ପକ୍ଷରୁ ରାସ୍ତା ପାଇଁ ଦିଆ ଯାଇଥିବା କୋଟିୟାଧୀ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ କିଭଳି ହୋଇଛି । ଅଞ୍ଚଳବାସୀଙ୍କ କହିବାନୁସାରେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରେ ଏହି ରାସ୍ତା ନିର୍ମାଣ ହୋଇଥିବାରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରି ସରକାରଙ୍କ ପକ୍ଷରୁ କରଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ନାଁ ରେ ଅଞ୍ଚଳବାସୀ ଙ୍କ ଓ ଅଞ୍ଚଳର ଉନ୍ନତି ପାଇଁ ଆସୁଥିବା କୋଟି କୋଟି ଟଙ୍କା କୁ ଖର୍ଚ୍ଚ କରି ବହୁ ଟଙ୍କା ହଡପ ହୋଇଛି ବୋଲି ଉକ୍ତ ପଞ୍ଚୟତର ପାର୍କନମାଲା କ୍ୟାଲୋନୀ, କୁସୁମ ଗୁଡା, ପାଣିଘାଟା, ସିନ୍ଧିଗୁଡା, ସିରିପେଟା ଗ୍ରାମବାସୀ ଙ୍କ ସମେତ  ଯାତାୟତ ନିମନ୍ତେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲିମାଗୁଡା, ଗଙ୍ଗଲା, କତାମେଟା ସମେତ ଅନ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଲାଗି ରହିଥିବା ଯୋଗୁଁ ସାଧାରଣ ଲୋକମାନେ ଯାତାୟାତ କରିବାରେ  ବହୁ ଆସୁବିଧାର ସମ୍ମୁଖୀନ ହେଉଛନ୍ତି ।ଉକ୍ତ ରାସ୍ତାରେ ଥିବା ଖାଲଖମା ଯୋଗୁଁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ଏଥି ଯୋଗୁଁ ବ୍ୟାପକ ଧନଜୀବନ ମଧ୍ୟ ନଷ୍ଟ ହେଉଛି ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି ରାସ୍ତାର ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ।ଏହି ରାସ୍ତା ନିର୍ମାଣ ନିର୍ମାଣ ହେବା ର କିଛିମାସ ପର ଠାରୁ ଆଜି ପର୍ଯ୍ୟନ୍ତ ମୋଟ ଦୁଇ ବର୍ଷ ମଧ୍ୟରେ ଯଦି ରାସ୍ତାର ଅବସ୍ଥା ଏଭଳି ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସରକାରଙ୍କ କୋଟି କୋଟି ଟଙ୍କା କିଭଳି ଖର୍ଚ ହେଉଛି ଓ  କିଭଳି ଭାବେ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଅଛି ।   ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ ତୁରନ୍ତଏହି ରାସ୍ତା କାମର ଉଚ ସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଲ୍ଲା ପ୍ରଶାସନନିକଟରେ ଆକୁଳ ନିବେଦନ କରିଛନ୍ତି । ଏଥି ସହିତ ରାସ୍ତାର ମରାମତି ଓ ଠିକ ଭାବେ ଉନ୍ନତ ମାନର ରାସ୍ତା ନିର୍ମାଣ କର। ନ ଗଲେ ଏ ନେଇ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଏ ସମ୍ପର୍କରେ ନିର୍ମାଣ ବିଭାଜନ -(୧) ର କନିଷ୍ଠ ଯନ୍ତ୍ରୀ ଶ୍ରୀ ସାଇ କହିଛନ୍ତି ଯେ , ଉକ୍ତ ରାସ୍ତାର ଯେଉଁସବୁ ଅଂଶ ନଷ୍ଟ ହୋଇଛି ତାହାକୁ ପୁନର୍ବାର ସମ୍ପୃକ୍ତ ଠିକାଦାର କରିବେ ବୋଲି କହିଛନ୍ତି । ତେବେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ର ଜିଲ୍ଲା ପ୍ରଶାସନ ପକ୍ଷରୁକେବେ ହେଉଛି ତଦନ୍ତ ଓ ଦୁର୍ନୀତି ଉପରୁ କେବେ ହଟିବ ପରଦା ଓ ଦୁର୍ନୀତି ରେ ଲିପ୍ତ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କେବେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା ବୋଲି କିଛି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.