ମାଲକାନଗିରି( ବି ଶ୍ରୀନିବାସ ପାତ୍ର): କରୋନା ଯୁଦ୍ଧରେ ଯୋଦ୍ଧା ସାଜି ଶେଷରେ ଯୁଦ୍ଧରେ ହାରି ଯାଇଥିଲେ ବୈଦୁତିକ ଗଣମାଧ୍ୟମର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ। କିଛିଦିନ ତଳେ କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟବସ୍ଥା ରେ ଅବନତି ଘଟିବାରୁ ଭେଣ୍ଟିଲେଟରରେ ଭର୍ତ୍ତିହୋଇଥିଲେ। କିନ୍ତୁ ଡାକ୍ତର ଙ୍କ ସତ ଚେଷ୍ଟା ସ୍ୱତେ କିଛି ସୁଫଳ ମିଳିନଥିଲା ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ପ୍ରବୀର । ସେ ଜଣେ କ୍ରାଇମ ରିପୋର୍ଟର ଭାବେ ବେଶ ପରିଚିତ ଥିଲେ। ତାଙ୍କର ଏପରି ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଦୁର୍ଯ୍ୟୋଧନ ପାତ୍ର ଙ୍କ ଅଧକ୍ଷତାରେ ସଙ୍ଘ କାର୍ଯ୍ୟାଳୟ ଠାରେ ସ୍ବର୍ଗତ ପ୍ରବୀର ପ୍ରଧାନ ଙ୍କ ନିମନ୍ତେ ଏକ ଶୋକ ସଭାର ଆୟୋଜନ କରାଯାଇ ଶ୍ରୀ ପ୍ରଧାନଙ୍କ ଫୋଟରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସଭା କରାଯାଇଥିଲା। ସଦର ମହକୁମା ଠାରେ ଥିବା ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.