ଖଣି ମାଫିଆ କବଜାରେ ଝାରସୁଗୁଡ଼ା ଜିଲ୍ଲା। ବିରୋଧ କଲେ ମିଳୁଛି ଧମକ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ଦଲକି ଗାଁ ‘ରେ ବେଆଇନ ଭାବରେ ମୋରମ ଖନନ ଚାଲିଛି ବୋଲି ଝାରସୁଗୁଡ଼ା ବିଜେପି ଅଭିଯୋଗ କରିଛି। ବିଜେପି ଅନୁସାରେ ଏ ସମ୍ବନ୍ଧରେ ବିଭାଗୀୟ କର୍ମଚାରୀମାନେ ମୁହଁରେ ତାଲା ପକାଇ ରହିଛନ୍ତି । 

ସୂଚନା ଅନୁଯାୟୀ, ଦଲକି ଗାଁ  ଖାତା ନମ୍ବର ୪୪୪ରେ ଥିବା  ଜମିର ବ୍ୟାପକ ଅଞ୍ଚଳରେ ବଡ ବଡ ମେସିନ ଲଗାଇ ମୋରମ ଓ ମାଟି ଖନନ ଚାଲିଛି ।ପ୍ରତ୍ୟେକ ଦିନ ଅନେକ ସଂଖ୍ୟକ ହାଇୱା ଲଗାଇ ଏହି କାର୍ଯ୍ୟକୁ ବେଧଡ଼କ କରି ଚାଲିଛନ୍ତି ଖଣି ମାଫିଆ। କେବଳ ଦଲକି ନୁହେଁ, ଜିଲ୍ଲାର ଅନେକ ଗ୍ରାମରେ ଏହି ଖଣି ମାଫିଆମାନଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବଢ଼ି ଚାଲିଥିବା ଅଭିଯୋଗ କରିଛି ଝାରସୁଗୁଡ଼ା ବିଜେପି। ବର୍ଷ ବର୍ଷ ଧରି ମୋରମ ଓ ମାଟି ଖୋଳିବା, ପାଉଁଶ ପକାଇ ଜମି ପ୍ରଦୂଷିତ କରିବା, ଲଘୁ ଖଣିଜ ସଂପଦ ଲୁଟ କରିବା ଭଳି କାମ ବେନିୟମ ଭାବରେ ଚାଲିଥିବା ସତ୍ତ୍ୱେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ବିଜେପି କ୍ଷୋଭ ପ୍ରକାଶ କରିଛି। ଏପରିକି ଏକ ସାଂଘାତିକ ଅଭିଯୋଗ ଆଣି ଦଳ ତରଫରୁ କୁହାଯାଇଛି ଯେ ଖୋଦ ପ୍ରଶାସନିକ ଅଧିକାରୀମାନେ ଏହି ଲୁଟରେ ସାମିଲ ଅଛନ୍ତି। ପ୍ରଶାସନ ଯୋଗୁଁ ଜଙ୍ଗଲ ଜମି ଓ ସହରାଞ୍ଚଳ ଖଣି ମାଫିଆଙ୍କ କବଜାରେ ରହି ଯାଇଛି। ପ୍ରତିବାଦ କରୁଥିବା ଜନସାଧାରଣଙ୍କୁ ଏହି ମାଫିଆମାନେ ଧମକଚମକ ଦେଉଛନ୍ତି ବୋଲି ଦଳ କହିଛି। ଏହିପରି ଅସାଧୁ କର୍ମଚାରୀ, ଜମି ଓ ଖଣି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାଵି କରୁଛି।

Leave A Reply

Your email address will not be published.