ବଲାଙ୍ଗୀର ଲୋକମହୋତ୍ସବକୁ ବର୍ତ୍ତମାନ ପାଇଁ ନ କରିବାକୁ ସ୍ଥିର 

0

ବଲାଙ୍ଗୀର/ (ନିରୋଜ ମିଶ୍ର) : ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବଲାଙ୍ଗୀର ଲୋକମହୋତ୍ସବକୁ ବର୍ତ୍ତମାନ ପାଇଁ ନ କରିବାକୁ ସ୍ଥିର କରାଯାଇଥିବା ଜଣାଯାଇଛି । ଲୋକ କଳା ଓ ଲୋକ ନୃତ୍ୟର ତାଳେ ତାଳେ ଝୁମିବା ପାଇଁ ଅପେକ୍ଷା କରିଥିବା କଳାକାର ଏବଂ କଳାପ୍ରେମୀମାନେ ନିରାଶ ହୋଇଛନ୍ତି । ବ୍ଲକ ସ୍ତରୀୟ ଲୋକ ଉତ୍ସବ ରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ମହୋତ୍ସବ ପର୍ଯ୍ୟନ୍ତ ଲୋକ କଳା ପ୍ରଦର୍ଶନ କରିବା ପାଇଁ ଅପେକ୍ଷାରତ ଗ୍ରାମାଞ୍ଚଳର କଳାକାର ମାନେ ତାଙ୍କର ପାରଦର୍ଶିତା ଆଉ ପ୍ରଦର୍ଶନ କରିପାରିବେ ନାହିଁ । ପଲ୍ଲିଶ୍ରୀ ମେଳାରେ ସ୍ୱୟଂ‌ ସହାୟକ ଗୋଷ୍ଠୀ ଏବଂ ହସ୍ତଶିଳ୍ପ ବ୍ୟବସାୟୀମାନେ ତାଙ୍କ ବ୍ୟବସାୟରେ କ୍ଷତି ସହିବେ ବୋଲି ଜଣାପଡିଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସଂସ୍କୃତି ବିଭାଗର ଏହି ନିଷ୍ପତ୍ତି ସ୍ଵାଗତଯୋଗ୍ୟ ହେଲେ ମଧ୍ୟ ସାଧାରଣ ଜନତା ନିରାଶ ହୋଇଛନ୍ତି । ପ୍ରତିବର୍ଷ କଳା ମଣ୍ଡଳ ପଡ଼ିଆରେ ଲୋକ ମହୋସବ ଅନୁଷ୍ଠିତ ହୋଇଥାଏ ଏବଂ ହଜାର ହଜାର ଲୋକ ଏହି ମହୋତ୍ସବକୁ ଉପଭୋଗ କରିଥାନ୍ତି ଏବଂ କୋଟି କୋଟି ଟଙ୍କାର ହସ୍ତଶିଳ୍ପ ବ୍ୟବସାୟ ହୋଇଥାଏ। କରୋନା ମହାମାରୀ ଏବର୍ଷ ଲୋକ ମହୋତ୍ସବକୁ ଲୋକ ମାନଙ୍କ ଠାରୁ ଛଡାଇ ନେଇଛି ବୋଲି ଲୋକେ ମତ ପ୍ରକାଶ କରୁଛନ୍ତି ।

 

Leave A Reply

Your email address will not be published.