ନିର୍ବାଚନ କମିଶନଙ୍କୁ ଶକ୍ତ ଝଟକା : କାଏମ ରହିଲା କମଲନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା 

0

ଭୋପାଲ (ଏଜେନ୍ସି) : ନିର୍ବାଚନ କମିଶନଙ୍କୁ ଶକ୍ତ ଝଟକା ଲାଗିଛି | କମିଶନଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇ କାଏମ ରଖିଛନ୍ତି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା | ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରତିବାଦରେ କମଲ ନାଥ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ | ଆଜି ଏହାର ଶୁଣାଣି କରି  ନିର୍ବାଚନ ଆୟୋଗଙ୍କ ଆଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି ଏସ୍ ବବଡେ କହିଛନ୍ତି ଯେ ଆମେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖୁଛୁ ଏବଂ ନିର୍ବାଚନ କମିଶନଙ୍କ କୌଣସି କ୍ଷମତା ନାହିଁ।” 

 ସୂଚନାଯୋଗ୍ୟ ଯେ, ଏକାଧିକ ମଡେଲ କୋଡ୍ ଉଲ୍ଲଂଘନ ଅଭିଯୋଗରେ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିଥିଲେ |  ଜଣେ ମହିଳା ପ୍ରାର୍ଥୀଙ୍କ ପାଇଁ ‘ଆଇଟମ୍’ ଶବ୍ଦ ବ୍ୟବହାର କରିଥିବାରୁ କମିଶନ ଶ୍ରୀ ନାଥଙ୍କୁ ନିନ୍ଦା କରିଥିଲେ | ଜଣେ ମହିଳାଙ୍କ ପାଇଁ ଶବ୍ଦର ବ୍ୟବହାର ଆୟୋଗ ଦ୍ୱାରା  ଜାରି କରାଯାଇଥିବା ମାର୍ଗଦର୍ଶକର  ଉଲ୍ଲଂଘନ ଅଟେ। ଯଦି ଶ୍ରୀ ନାଥଙ୍କ ଦ୍ୱାରା କୌଣସି ପ୍ରଚାର କରାଯାଏ କରାଯାଏ, ତେବେ ଯେଉଁ ନିର୍ବାଚନମଣ୍ଡଳୀରେ ସେ ପ୍ରଚାର କରିବେ ସେହି ପ୍ରାର୍ଥୀ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ବୋଲି କମିଶନ ତା ଙ୍କ ଦେଶରେ କହିଥିଲେ |

ହେଲେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମଧ୍ୟପ୍ରଦେଶ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଦେଇଛି | ଲୋକ ପ୍ରିୟ ନେତା କମଲ ନାଥଙ୍କୁ ପ୍ରଚାରରୁ ଦୁରେଇ ରଖିବା ପାଇଁ ଷଡଯନ୍ତ୍ର କରାଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି |  “ହେଲେ କମାଲ ନାଥ ଷ୍ଟାର ଥିଲେ ଓ ରହିବେ” ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି |  

Leave A Reply

Your email address will not be published.