କଣ୍ଟେନମେନ୍ଟ ଜୋନ ଘୋଷଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ସହରର ପାହାଡ଼ି ମନ୍ଦିର ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେନ୍ଟ ଜୋନରେ ଘୋଷଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଘୋର ଉତ୍ତେଜନା ଦେଖା ଦେଇଛି। ଲୋକେ ଅଭିଯୋଗ କରିଛନ୍ତି ଯେ କିଛି ଲୋକଙ୍କ କୋରୋନା ପଜିଟିଭ ବାହାରିବା ପରେ ହଜାର ହଜାର ଲୋକଙ୍କୁ କଣ୍ଟେନମେନ୍ଟ ଜୋନରେ ରଖିବା ବେନିୟମ ଅଟେ। 

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ସହରର ବିଜୁନଗର ଓ ପାହାଡ଼ି ମନ୍ଦିର ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନ ଭାବରେ ଆସନ୍ତା ୭ ନଭେମ୍ବର ପର୍ଯ୍ୟନ୍ତ ରଖାଯାଇଛି। ମାତ୍ର ପାହାଡ଼ି ମନ୍ଦିର ଅଞ୍ଚଳର ଲୋକେ ଏହାକୁ ନେଇ ଘୋର ଅସନ୍ତୁଷ୍ଟି ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ କାରଖାନାରେ କାମ କରୁଥିବା ଲୋକଙ୍କୁ ପ୍ରଶାସନ ଛାଡ଼ି ଦେଉଥିବା ବେଳେ ବ୍ୟବସାୟୀମାନଙ୍କୁ ଵାହାରକୁ ଯିବାକୁ ଦିଆ ଯାଉନାହିଁ। ଏପରିକି ଲୋକେ ଔଷଧ କିଣିବା ପାଇଁ ମଧ୍ୟ ଯାଇ ପାରୁନାହାଁନ୍ତି। ଏହା ନେଇ ସେମାନେ ଯେତେବେଳେ କୋଭିଡ ମାଜିଷ୍ଟ୍ରେଟ ଶ୍ରୀ ଗୋଲକ ବିହାରୀ ମଙ୍ଗରାଜଙ୍କୁ ଦାବୀପତ୍ର ଦେବାକୁ ଚାହିଁଲେ, ସେ ତାହାକୁ ଗ୍ରହଣ କରି ନାହାଁନ୍ତି। ଲୋକେ ଯେତେବେଳେ ସେମାନଙ୍କୁ ଖାଇବାକୁ ଯୋଗାଇ ଦେବା ପାଇଁ କହିଲେ, ସରକାରଙ୍କ ଏପରି ବ୍ୟବସ୍ଥା ନାହିଁ ବୋଲି କହିଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.