” କୋଭିଡ ପ୍ରଟୋକଲ ଅନୁପାଳନ ପୂର୍ବକ ଶ୍ରୀମନ୍ଦିର ଓ  ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯାଉ” 

0

ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଅନୁରୋଧ 

ଭୁବନେଶ୍ୱର (ଶାସକ ପ୍ରଶାସକ)  : କୋଭିଡ ପ୍ରଟୋକଲ ଅନୁପାଳନ ପୂର୍ବକ  ଚଳିତ ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣାକୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢ଼ଙ୍ଗରେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ କରି କହିଛନ୍ତି ଯେ ପବିତ୍ର କାର୍ତ୍ତିକ ମାସ ଆଧ୍ୟାତ୍ମିକ ମାସ ଭାବରେ ସାରା ଓଡ଼ିଶାବାସୀଙ୍କ ପାଖରେ ବେଶ୍ ଆଦୃତ  । କାର୍ତ୍ତିକ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ଭକ୍ତମାନେ ଅପେକ୍ଷାରତ ଥା’ନ୍ତି  । ଇତିମଧ୍ୟରେ ଭାରତବର୍ଷରେ କୋଭିଡ୍ କଟକଣାକୁ ମାନି ଅନେକ ମନ୍ଦିର ଖୋଲାଗଲାଣି  ।

ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ଏହି କାର୍ତ୍ତିକ ମାସରେ ଅନ୍ୟ ରାଜ୍ୟମାନଙ୍କ ପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ନିୟନ୍ତ୍ରିତ ଢ଼ଙ୍ଗରେ ଭକ୍ତ ମାନଙ୍କ ପାଇଁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି  । ରାଜ୍ୟ ସରକାର ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ  ଗୁଡ଼ିକରେ କୋଭିଡ୍ ନିୟମ ପାଳନ କରିବାର ସମସ୍ତ ପ୍ରସ୍ତୁତି ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉପରେ ଧ୍ୟାନ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି  । 

 

Leave A Reply

Your email address will not be published.