ଝାରସୁଗୁଡ଼ା :(ସୁଭାଷ ସହାରେ) :ପବିତ୍ର ମହମ୍ମଦ ଜୟନ୍ତୀ ଅବସରରେ ଝାରସୁଗୁଡ଼ାର କେଜିଏନ ଟ୍ରଷ୍ଟ ତରଫରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସେମାନଙ୍କ ସହ ଥିବା ଆତ୍ମୀୟସ୍ବଜନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ ବର୍ଷ ମହମ୍ମଦ ଜୟନ୍ତୀ ଅବସରରେ ରେଲି କରି ଲୋକଙ୍କ ପାଇଁ ଲଙ୍ଗରର ବ୍ୟବସ୍ଥା କରୁଥିବା ବେଳେ ଏ ବର୍ଷ କୋରୋନାର ପ୍ରଭାବକୁ ଦେଖି ଏସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ବୋଲି ଟ୍ରଷ୍ଟର ସଭାପତି ମିର୍ଜା ଅର୍ସଦ ବେଗ କହିଥିଲେ। କିନ୍ତୁ ମହମ୍ମଦ ଜୟନ୍ତୀ ଅବସରରେ କିଛି ପରୋପକାର କରିବାର ପରମ୍ପରାକୁ ବଜାୟ ରଖିବାକୁ ଯାଇ ରୋଗୀ ଓ ଆବଶ୍ୟକ ଥିବା ଲୋକଙ୍କୁ ଫଳ ବଣ୍ଟନ କରିବା କାର୍ଯ୍ୟକ୍ରମ କରାଯାଇଥିଲା। ଏହା ବ୍ୟତୀତ କମିଟି ତରଫରୁ କୋରୋନାର ନିପାତ ପାଇଁ ପ୍ରାର୍ଥନା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଜାହିଦ୍ କ୍ୟୁରେସି,ସାହିଲ୍ ଅଖତର୍, ମହମ୍ମଦ ନାସିର (ଗୁଡ୍ଡୁ), ଶେଖ୍ କଲିମ୍, ମହମ୍ମଦ ୱାସିମ୍,ଅବଦୁଲ,ମିଟଟୁ,ସନ୍ତୁ,ଭୋଲୁ,ସମିର୍ ଅହମ୍ମଦ ଏବଂ କମିଟିର ସମସ୍ତ ସଦସ୍ୟ ସାମିଲ ଥିଲେ
Sign in
Sign in
Recover your password.
A password will be e-mailed to you.