ଝାରସୁଗୁଡ଼ା :(ସୁଭାଷ ସହାରେ): ଝରସୁଗୁଡା ବୁରୋମାଲ ବୁଡପଡା ଉପକଣ୍ଠରେ ଥିବା ଝାଡେଶ୍ୱରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ର ସଭାପତି ତଥା ନିରୋ ଫିଜିଓ ଥେରାପିଷ୍ଟ ଡାକ୍ତର ପ୍ରକାଶ ଚନ୍ଦ୍ର ରାଣା, ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡା ଜିଲ୍ଲା ସଂଯୋଜକ ଅଜିତ କୁମାର ରଥ, ସ୍କୁଲ ଉପ ସଭାପତି କବି ନିକୁଞ୍ଜ ବିହରୀ ମିଶ୍ର, ସହ ସଚିବ ବିଜୟ ସାଇଗଲ ବିଦ୍ୟାଳୟ ର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର ଅତିଥି ଭାବେ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ଏକତା ଦିବସ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୀବନୀ, ଆଦର୍ଶ, ପରାକ୍ରମର ବ୍ୟାଖ୍ୟା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବକ୍ତବ୍ୟ ମାନ ଦେଇ ଥିଲେ ଏହି କାର୍ଯ୍ୟକ୍ରମ କୁ ଦିବ୍ୟାଙ୍ଗ ସ୍କୁଲର ଅଧକ୍ଷ୍ୟା ମମତା ଦାଶ ସଭାପତିତ୍ବ କରିଥବା ବେଳେ ସୁରେନ୍ଦ୍ର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କୋବିଡ଼ ପାଇଁ ନିରାଡ଼ମ୍ବର ଭାବରେ ପାଳନ କରାଯାଇ ଥିବା ବେଳେ ,ଏହି କାର୍ଯ୍ୟ କ୍ରମରେ ସ୍ଵତନ୍ତ୍ର ପ୍ରଶିକ୍ଷିକା ନମିତା ନାଥ, ସୁଲୋଚନା ସାହୁ, କାନ୍ତା ନାଏକ, ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.