ନୂଆପଡା/କୋମନା :- କୋରୋନା ବଦଳାଇ ଦେଇଛି ଲୋକଙ୍କର ଜୀବନଯାପନ ଶୈଳୀ । କୋରୋନା କାଳରେ ଅସ୍ତବ୍ୟସ୍ତ ହୋଇପଡିଛି ଲୋକଙ୍କର ଜୀବନଜୀବିକା । ମୂଖ୍ୟତଃ ରାସ୍ତା କଡରେ ଛୋଟିଆ ଜଳଖିଆ ଦୋକାନ କରିଥିବା ଲୋକ କିମ୍ବା ଛୋଟଛୋଟ ହୋଟେଲ ମାନେ ହରାଇ ବସିଛନ୍ତି ଜୀବିକା । ଜୀବିକା ହରାଇଥିବା ଏହି ଛୋଟିଆ ଜଳଖିଆ ଦୋକାନୀ ମାନଙ୍କୁ ପୁନର୍ବାର ସକ୍ଷମ କରିବା ପାଇଁ ଅଣ୍ଟା ଭିଡି ବାହାରିଛନ୍ତି ନୂଆପଡା ଅଞ୍ଚଳର ଜଣାଶୁଣା ସ୍ବେଚ୍ଛାସେବୀ ତଥା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ । ଉଠା ଦୋକାନୀ ମାନେ ତିଆରି କରୁଥିବା ଖାଦ୍ୟ ସବୁକୁ ସୁରକ୍ଷିତ ରଖିବାକୁ ମାନ୍ୟବର ବିଧାୟକ ଆଜି ସୁଦ୍ଧା ନିର୍ବାଚନ ମଣ୍ଡଳୀ ର ତିନିଶହରୁ ଉର୍ଦ୍ଧ୍ବ ଗରିବ ଦୋକାନୀ ମାନଙ୍କୁ ପ୍ରଦାନ କରିଛନ୍ତି ଖାଦ୍ୟ ବାକ୍ସ । ଏହି କ୍ରମରେ ତରବୋଡ଼ ଠାରେ ଉଠା ଦୋକାନୀ ମାନଙ୍କୁ ଓ ଛୋଟ ଛୋଟ ଜଳଖିଆ ଦୋକାନୀ ମାନଙ୍କୁ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ତରଫ ରୁ ଖାଦ୍ୟ ରଖିବା ପାଇଁ ବାକ୍ସ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ତର୍ବୋଡ,ପଲ୍ସିପାନି, କଣ୍ଡେତରା ଓ ମନିକଗୁଡ଼ା ଗ୍ରାମ ପଞ୍ଚାୟତ ରୁ ମୋଟ 20 ଜଣ ଦୋକାନୀଙ୍କୁ ବାକ୍ସ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ହରିଶ୍ ଚନ୍ଦ୍ର ପଣ୍ଡା(ଟିଟୁ) ବିଜୁ ପ୍ରେମୀ ମାନଙ୍କୁ ନବୀନ ପଟ୍ଟନାୟକଙ୍କ ସରକାରର କଲ୍ୟାଣକାରୀ ଯୋଜନା ବିଷୟରେ ସବିଶେଷ ବୁଝାଇବା ସହିତ ପ୍ରିୟ ବିଧାୟକ ଙ୍କ ସମାଜ ର ମଙ୍ଗଳ କରିବା ପଦକ୍ଷେପ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ଅବନୀ ରଞ୍ଜନ ଯୋଶୀ, ବ୍ଲକ ଉପାଧ୍ୟକ୍ଷ। ଙ୍କ ପ୍ରତିନିଧି ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ କାଳିଆ ପ୍ରଧାନ, ବିଜେଡି ବ୍ଲକ ଯୁବ ସଭାପତି ଶ୍ରୀ ମୁରଲୀ ଧର୍ ଭୋଇ,ସମିତି ମେମ୍ବର ଶ୍ରୀମତୀ ଦମୟନ୍ତୀ ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟ ସ୍ବର୍ଗତ ରାମ ନରେଶ ଅହିର ଙ୍କ ସୁପୁତ୍ର ଶ୍ରୀ ମନୋଜ ଆହିର, ଗ୍ରାମ ପଞ୍ଚାୟତ ସଭାପତି ଗଦାଧର ଗହିର,ବିରାଟ ବାଗ,ଲବଙ୍ଗ ମାଝୀ,ଯୁବ ବିଜେଡି ର ଅଜୟ ଗହିର,କେଶବ ନିଆଲ, ମୁସ୍ଥପା ଖାନ୍,ଜୟପ୍ରକାଶ ବାରି, ଅକ୍ଷୟ ଗହିର, ଦୁଃଖଭଞ୍ଜନ୍ ନାୟକ,ହରିଶ୍ ଅହିର୍ କମଳ ସିଂ ସେଥି, ମୁକେଶ ସାହୁ,ଭୁଜବଳ ଖର୍ସେଲ,ରମାକାନ୍ତ ବାନଛୋର, ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.