ଆଞ୍ଚଳିକ ଏକତା ଓ ଅଖଣ୍ଡତାକୁ ବଞ୍ଚାଇ ରଖିବା ପାଇଁ ଖିଣ୍ଡା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଶନିବାର ପବିତ୍ର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିନରେ କର୍ମଜୀବୀ ଏକତା ସଂଗଠନ ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ ପାଲନ କରାଯଇଥିଲା। କର୍ମଜୀବୀ ଏକତା ସଂଗଠନ ର ଆବାହକ ହେମନ୍ତ କୁମାର ପାଣ୍ତେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦେଶ ମାତୃକା ପାଇଁ ବଳିଦାନ ଏବଂ ରାଷ୍ଟ୍ରିୟ ଏକତା ଦିଗରେ କରାଯାଇଥିବା ପ୍ରଚେଷ୍ଠା ର ବିଭିନ୍ନ ଦିଗ ଉପରେ ଆଲୋଚନା କରି  ଖିଣ୍ତା ଅଞ୍ଚଲର ଆଞ୍ଚଳିକ ଏକତା ପାଇଁ ଯୁବକ ମାନଙ୍କୁ ଆହ୍ୱାନ କରିଥିଲେ । କର୍ମଜୀବୀ ଏକତା ସଂଗଠନ ତରଫରୁ ଚାଲିଥିବା ରିଲେ ଅନଶନ ୮୩ ତମ ଦିବସ ଅବସରରେ ପୁର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ଦିନ ଘ ୧୧.୧୫ ରେ ଖିଣ୍ତା ଛକ ଠାରେ ଥିବା ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାବୁ ଖିଣ୍ତା ସ୍ଥିତ ତାଙ୍କ ଜନ୍ମସ୍ଥାନ କୁ ଯାଇ ମାଁ ସମଲେଇ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଞ୍ଚଳିକ ଏକତାର ସଂକଳ୍ପ ନେଇଥିଲେ। ସେଠାରେ ଥିବା ତାଙ୍କର ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅଣନାତୀ  ଲାଲ ଫକିର ମୋହନ ସାଏ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ  ଦନ୍ତାମୁରା ଠାରେ ଥିବା ମାହେଶ୍ଵରୀ ମନ୍ଦିର, ତଲାବିରା ଶ୍ରୀ ରାମ ମନ୍ଦିର ଏବଂ ବୁଧିଆପାଲି ଶିବ ମନ୍ଦିର ଦେଇ ମଟର ସାଇକେଲ ଯାତ୍ରା ଆନ୍ଦୋଳନ ସ୍ଥଳରେ ପହଞ୍ଛିଥିଲା ଏବଂ ସେଠାରେ  ଗାନ୍ଧୀଜୀ ଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣକରି ସେଠାରେ ଥିବା ଆନ୍ଦୋଳନ କାରୀ ଙ୍କୁ ସମ୍ବୋଧିତ କରାଯାଇଥିଲା ଏବଂ ବିରାଟ ପଟୁଆରରେ ପୁଣି ନୁଆଁ ଖିଣ୍ତା ଚାଲଟିକିରା ରୋଡ ଦେଇ ଠେଲକୋଲୋଇ ଏବଂ ଖିଣ୍ତା ଛକ ଠାରେ ଥିବା କର୍ମଜୀବୀ ଏକତା ସଂଗଠନ କାର୍ଯ୍ୟାଳୟ ଠାରେ ସୋଭାଯାତ୍ରା ସମାପ୍ତ କରାଯାଇଥିଲା। ଉକ୍ତ ସୋଭାଯତ୍ରା ର ମୁଖ୍ୟ ଉଦେଶ୍ୟ ଥିଲା ଅଞ୍ଚଳ ର ଆଞ୍ଚଳିକ ଏକତା ଏବଂ କମ୍ପାନୀ ବିରୁଦ୍ଦରେ ଚାଲିଥିବା ଅନ୍ୟାୟକୁ ବିରୋଧ କରିବା ଏବଂ ସମସ୍ତଙ୍କୁ ଏକ ଯୁଟ କରିବା ପାଇଁ ଏହି ସୋଭାଯାତ୍ରା କରାଯାଇଥିଲା।

   

Leave A Reply

Your email address will not be published.