ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପ୍ରତିଷ୍ଠା ହେବ ବୀର ସୁରେନ୍ଦ୍ର ସାଏଙ୍କ ଦୁଇଟି ପ୍ରତିମୂର୍ତ୍ତି। ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ କିଶୋର କୁମାର ସେନାପତି ଆଜି ଏହି ସୂଚନା ଦେଇଛନ୍ତି। ପ୍ରଥମ ପ୍ରତିମୂର୍ତ୍ତିଟି ଏସ ଏଚ ଛକରୁ ଝାରସୁଗୁଡ଼ା ବିମାନବନ୍ଦରକୁ ଯିବାବେଳେ ମୂଖ୍ୟ ଫାଟକ ସମ୍ମୁଖରେ ନିର୍ମାଣଧିନ ଅବସ୍ଥାରେ ଅଛି। ଝାରସୁଗୁଡ଼ା ପିଡବ୍ଲୁଡି ବିଭାଗ ଏହାର ନିର୍ମାଣ ଦାୟିତ୍ବ ନେଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟ ପ୍ରତିମୂର୍ତ୍ତିଟିକୁ ଟର୍ମିନାଲ ବିଲଡିଂର ସାମନାରେ ଥିବା ଉଦ୍ୟାନରେ ପ୍ରତିଷ୍ଠା କରାଯିବ। ଏହାର ନିର୍ମାଣ ଦାୟିତ୍ବ ଏମସିଏଲ ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଅନେକ ପୂର୍ବରୁ ଏହି ପ୍ରତିମୂର୍ତ୍ତି ନିର୍ମାଣ ହେବାର ଆରମ୍ଭ ହୋଇଥିଲେ ସୁଦ୍ଧା କୋଭିଡ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା।
Sign in
Sign in
Recover your password.
A password will be e-mailed to you.
Next Post