ଅନଲାଇନ ଧାନ ବିକ୍ରି ପଞ୍ଜିକରଣର ତାଲିମ ଶିବିରର ଆୟୋଜନ। 

0

ଝାରସୁଗୁଡ଼ା 🙁 ସୁଭାଷ ସହାରେ ):ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଗତକାଲି ଅପରାହ୍ନ ୨ଟାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପି-ପାସ୍ (Paddy Procurement Automation System) ସମ୍ବନ୍ଧୀୟ ଏକ ଗୁରୁତ୍ବପୂର୍ଣ୍ଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଭିଡ ନିୟମାବଳୀ ରକ୍ଷା କରି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ଖରିଫ ଋତୁ ୨୦୨୦-୨୧ରେ ଧାନ  ଅନଲାଇନରେ ଚାଷୀମାନେ ବିକ୍ରି କରିବା ପାଇଁ କିପରି  ଆବେଦନ କରି ପାରିବେ ସେ ସମ୍ବନ୍ଧରେ ସଂପୃକ୍ତ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସ୍ବାଇଁ ଏହି ତାଲିମ ଶିବିରରେ ସଭାପତିତ୍ବ କରିଥିଲେ।  ଝାରସୁଗୁଡ଼ା ଜିଲ୍ଲା ସହକାରୀ ନିବନ୍ଧକ ଶ୍ରୀମତୀ ବେହେରା, ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ରଘୁନାଥ ପାତ୍ର,ଶ୍ରୀ କୀର୍ତ୍ତନ ବେହେରା, ସାମୁଏଲ ସୋନା, ସମସ୍ତ ଯୋଗାଣ ନିରୀକ୍ଷକ,ସମସ୍ତ ସେବା ସମବାୟ ସଂପାଦକ ଓ ଡିଇଓ ମାନେ ଏହି ଅବସରରେ ପ୍ରଶିକ୍ଷଣ ନେଇଥିଲେ।

Leave A Reply

Your email address will not be published.