ବିଜେଡି ପକ୍ଷରୁ ତୁଫାନୀ ନିର୍ବାଚନ ପ୍ରଚାର

0

ବାଲେଶ୍ୱର,୨୮ା୧୦(ଶାସକ ପ୍ରଶାସକ) : ଉପ ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନର ଉଷ୍ମତା ସେତିକି ସ୍ପଷ୍ଟ ବାରି ହୋଇ ପଡୁଛି । ବିଭିନ୍ନ ଦଳ ପକ୍ଷରୁ ମଧ୍ୟ ପ୍ରଚାର ସରଗରମ ହୋଇଉଠୁଛି । ଏହି ପରିପ୍ରେକ୍ଷୀରେ ବିଜେଡିର ବରିଷ୍ଠ  ନେତା ଓ ମନ୍ତ୍ରୀମାନଙ୍କ ସହ ଅଭିନେତା ଅଭିନେତ୍ରୀ ମାନଙ୍କର ଆକର୍ଷଣୀୟ ପ୍ରଚାର ଏକ ଭିନ୍ନ ରାଜନୈତିକ ମାହଲ ସୃଷ୍ଟି କରିଛି । ଆଜି ମଧ୍ୟାହ୍ନରେ ଦଳ ପକ୍ଷରୁ ସହରର କହିନୁର ପ୍ୟାଲେସରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତସ  ହୋଇଥିଲା । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ବିଧାୟକ ହାଜି ଆୟୁବ୍ ଖାଁ, ସମାଜସେବୀ ସୁବାସିନୀ ଜେନା, ଓଡ଼ିଆ ସିନେ ତାରକା ଅରିନ୍ଦମ୍ ଓ ଯୁବନେତା ମାନସ ଦାସପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭୋଟଭିକ୍ଷା କରିଥିଲେ । ୱାଡର଼୍ ନଂ ୧୧ର ବିଜେଡି ପର୍ଯ୍ୟବେକ୍ଷକ ପ୍ରଭାତ ସିଂହ ଏଥିରେ ସଂଯୋଜନା କରିଥିଲେ । ଇନ୍ତେଖାବ ଅଲ୍ଲି ଖାଁ, ଶେଖ୍ ସକିର,ନୌସଦ ଅଲ୍ଲି, ତାହିରା ବେଗମ, ତବସୁମ୍ ବିବି ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ସେହିପରି ସ୍ୱାଡର଼୍ଂ ୧୦ରେ ଆୟୋଜିତ ବାଇକ୍ ଶୋଭାଯାତ୍ରା ଓ ସମାବେଶରେ ରାଜ୍ୟ ମତ୍ସ୍ୟ  ନିଗମ ଅସିତ ପଟ୍ଟନାୟକ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲ, ରାଜ୍ୟସଭା ସାଂସଦ ସୁବାସ ସିଂହ, ରାଜ୍ୟ ସାଧାରଣ ପରିଷଦ ସଦସ୍ୟ ନିହାର ରଂଜନ ବେହେରା, ପୂର୍ବତନ ବିଧାୟକ ଆକାଶ ଦାସନାୟକ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରରାଜ ପ୍ରମୁଖ ଉପସ୍ଥିତ ଥିଲେ । ଉମାଶଙ୍କର ତିଆଡ଼ିଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଅନୁରୂପ ଭାବେ ୫ ନଂ ୱାଡରେ  ଅନୁଷ୍ଠିତ ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥୀ ସ୍ୱରୂପ ଦାସ ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଦଳ ପକ୍ଷରୁ  ୨୫ନଂ ଜୋନର ବଇଁଚା, ସିନ୍ଧିଆ, ଗୋପିନାଥପୁର, ଓଲନ୍ଦା ସାରଗାଁ ଏବଂ ଓଡଙ୍ଗି  ପ୍ରଭୃତି ପଞ୍ଚାୟତ ଓ ୨୬ନଂ ଜୋନର ପରିଖି ପଞ୍ଚାୟତରେ ବିଜେଡିର ତୋଫାନୀ ପ୍ରଚାର ସହିତ ନିର୍ବାଚନ ସଭା ଅନୁଷ୍ଠିତ  ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ସଠିକ ଭାବରେ ପହଁଞ୍ଚାଇବା ପାଇଁ ତଥା ସଦର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ସ୍ୱରୂପ କୁମାର ଦାସ, ଆଇନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ରାଜ୍ୟ ବିଜେଡି  ଉପସଭାପତି ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ତଥା ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ, କୁନା ତ୍ରିପାଠୀ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଉମା ସାମନ୍ତରାୟ,  ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଧବ, ବିଧାୟକ ବିଭୂ୍ତି ଭୂଷଣ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.