୨୯ ୱାର୍ଡରେ  ବିଜେଡି ପକ୍ଷରୁ ମହିଳା ଶୋଭାଯାତ୍ରା

0

ବାଲେଶ୍ୱର,୨୮ା୧୦(ଶାସକ ପ୍ରଶାସକ): ସଦର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ବାଲେଶ୍ୱର ପୌରାଞ୍ଚଳର ୨୯ ନଂ ୱାଡର଼୍ରେ ଶତାଧିକ ମହିଳାଙ୍କୁ ନେଇ ବିଶାଳ ଶୋଭାଯାତ୍ରା ଆଜି ଅନୁଷ୍ଠିତ  ହୋଇଯାଇଛି । ୱାର୍ଡ ପର୍ଯ୍ୟବେକ୍ଷକ ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଲି  ଟାଉନହଲଛକରୁ ବାହାରି ଥିଲା । ଶ୍ରୀ ସୋରେନ୍ ଏହାକୁ ଆନୁଷ୍ଠାନିକ  ଭାବେ ଶୁଭାରମ୍ଭ ସହ ଏଥିରେ ସାମିଲ ହୋଇଥିବା ମହିଳାଙ୍କୁ ଶୁଭେଚ୍ଛା ଜଣାଇଥଲେ । ମହିଳାମାନଙ୍କ ସହଯୋଗ ହିଁ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ବିଶେଷ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ରାଜ୍ୟ ସଂଖ୍ୟାଲଘୁ ସେଲର ସମ୍ପାଦକ ମହମ୍ମଦ ଫାଇନ୍ ଖାଁ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ପୂର୍ବତନ କାଉନସିଲର ରେଣୁବାଳା ଦାସ ମହାପାତ୍ର, ଆଇନଜୀବୀ ଦୀପକ କୁମାର ଦାଶ ପ୍ରମୁଖ ଏଥିରେ ଯୋଗଦେଇ ବିଜେଡି ପ୍ରତି ବୃଦ୍ଧି ପାଉଥିବା ମହିଳାଙ୍କ ସମର୍ଥନ ଆସନ୍ତା ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ଏକ ପ୍ରକାର ନିଶ୍ଚିତ କରିଛି ବୋଲି କହିଥିଲେ । ଏହି ରାଲି  ଟାଉନହଲ ଛକରୁ ବାହାରି ୨୯ ନଂ ୱାଡର଼୍ ପରିକ୍ରମା ସହ ଦଳୀୟ କାର୍ଯ୍ୟାଳୟ ନିକଟରେ ସମାପ୍ତ ହୋଇଥିଲା । ଅନୁପ ସ୍ୱାଇଁ, କାର୍ତ୍ତିକ ସାହୁ, ଶଶଧର ସ୍ୱାଇଁ, ସୁଦୀପ୍ତ ପିଟରଙ୍କ ସମେତ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଏହି ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । 

 

Leave A Reply

Your email address will not be published.