ପଦାରେ ପଡିଲା  ନବ ଦାସଙ୍କ ଡାଏଲଗ ‘ଆଗେ ମାଟି, ପରେ ପାର୍ଟି’ର ଉଦ୍ଦେଶ୍ୟ :ମିଳିତ ଆଦିବାସୀ ସମାଜ 

0 1

ମନ୍ତ୍ରୀଙ୍କ ପୁଅ ଜମି ଲିଜ୍ ମାମଲା :ଆଦିବାସୀ ସମ୍ମିଳିତ ସମାଜର ବିରୋଧ। 

  • ବିନା ଗ୍ରାମସଭାରେ ଜମି ଲିଜ୍ କିପରି ଦିଆଗଲା? 

  • ରାଜ୍ୟର ସମସ୍ତ MADA ପଞ୍ଚାୟତ ସହିତ ଟିଏସପି ବ୍ଲକର ଜମିକୁ ସୁରକ୍ଷା ଦାବୀ।  

  • ଜମି ଦୁର୍ନୀତି ମାମଲାରେ ଲିପ୍ତ ଥିବା ସମସ୍ତଙ୍କୁ ଗିରଫ କରାଯାଉ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଇଡକୋ ଦ୍ବାରା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଜମି ଲିଜ୍ ଦିଆଯିବା ଘଟଣା ଥମିବାର ନାମ ନେଉ ନାହିଁ। ବର୍ତ୍ତମାନ ଏହାକୁ ବିରୋଧ କରି ଜିଲ୍ଲା ଆଦିବାସୀ ସମ୍ମିଳିତ ସମାଜ ମଧ୍ୟ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। 

ମିଳିତ ଆଦିବାସୀ ସମାଜ କହିବା ଅନୁସାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଗତ ନିର୍ବାଚନ ପୂର୍ବରୁ କହିଥିବା ଡାଏଲଗ “ଆଗ ମାଟି ତା ପରେ ପାର୍ଟି”ର ଅର୍ଥ  ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେତେବେଳେ ସେ କହିବାକୁ ଚାହୁଁଥିଲେ ଯେ ପ୍ରଥମେ ମାଟିକୁ ଦଖଲ କରିବେ, ପରେ ପାର୍ଟିକୁ ଦଖଲ କରିବେ। ମନ୍ତ୍ରୀ ପ୍ରଶାସନ ଓ କୁଜି ନେତାମାନଙ୍କ ସହାୟତାରେ ଆଦିବାସୀମାନଙ୍କ ସମସ୍ତ ଜମି ଦଖଲ କରିବାକୁ ପ୍ରୟାସ କରୁଛନ୍ତି। ମନ୍ତ୍ରୀ ସ୍ବୟଂ ବେଦାନ୍ତର ସମସ୍ତ ପ୍ରଦୂଷିତ ବର୍ଜ୍ୟବସ୍ତୁକୁ ନିଷ୍କାସିତ କରିବା ପାଇଁ ଜିଲ୍ଲାର ଜଙ୍ଗଲମାଟି, ଗୋଚରମାଟି, ଗରିବ ଲୋକଙ୍କ କ୍ଷେତବାଡ଼ି,ଆଦିବାସୀଙ୍କ ରୟତଜମି,ପତିତ ମାଟି ପ୍ରଭୃତିକୁ ବ୍ୟବହାର କରି ସାରିଛନ୍ତି। ବର୍ତ୍ତମାନ ସେ କ୍ଷମତା ବଳରେ ସରକାରୀ ଜମି, ଗୋଚର ଜମି ଓ ଆଦିବାସୀ ଜମିକୁ ଦଖଲ କରିବାରେ ଲାଗିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ପଞ୍ଚାୟତର ସୋଡ଼ାମାଲ ଗ୍ରାମର ୮ ଏକର ଜମିକୁ ନିଜ ପୁଅ ନାମରେ ଲିଜ କରାଇଦେବା ପାଇଁ ତାଙ୍କର ପ୍ରଚେଷ୍ଟା ଚାଲିଛି। ତେଣୁ ଏଥିରୁ ଜଣା ପଡ଼ୁଛି  ଏ ପ୍ରଥମେ ମାଟି ଦଖଲ କରିବେ ଓ ପରେ ପାର୍ଟି ଦଖଲ କରିବାର ମସୁଧା କରୁଛନ୍ତି ବୋଲି ସମାଜ ତାତ୍ସଲ୍ୟ କରିଛି ସମାଜ। 

ମିଳିତ ଆଦିବାସୀ ସମ୍ମିଳିତ ସମାଜ ଅନୁସାରେ, ୪୫ ଶତକଡ଼ା ଆଦିବାସୀ ଓ ୧୭ ଶତକଡ଼ା ଅନୁସୂଚିତ ଜାତିର ଲୋକ ରହୁଥିବା ଓ ୪ଟି MADA ପଞ୍ଚାୟତ ଅନ୍ତର୍ଭୁକ୍ତ କୋଲାବିରା ବ୍ଲକରେ ଯେକୌଣସି ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭା କାହିଁକି କରାଗଲା ନାହିଁ? ଯେଉଁ ପ୍ରଶାସନିକ ଅଧିକାରୀ ମାନଙ୍କ ଯୋଗୁଁ ଏହିପରି ଏକ ବେନିୟମ କାର୍ଯ୍ୟ ହୋଇଛି, ସେହି ପ୍ରଶାସନିକ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରାଯିବା ପାଇଁ ଦାବି କରିବା ସହ ରାଜ୍ୟର ପ୍ରତି ମା.ଡା. ପଞ୍ଚାୟତ ସହିତ ଟିଏସପି ବ୍ଲକର ଜମିକୁ ସୁରକ୍ଷା ଦେବା ପାଇଁ ଦାଵି ଜଣାଇଛି ସମ୍ମିଳିତ ଆଦିବାସୀ ସମାଜର ମହାସଚିବ ପ୍ରଭାକର ଓରାମ ।

Leave A Reply

Your email address will not be published.