ମହୁଲପାଲି ଥାନା ଟ୍ରିପଲ ମର୍ଡର ଘଟଣା : ଧରାପଡିଲେ ୨ ଅଭିଯୁକ୍ତ ।

0

କୁଚିଣ୍ଡା /ସମ୍ବଲପୁର(ରମାକାନ୍ତ ବିଶ୍ୱାଳ):  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ମହୁଲପାଲି ଥାନା ଅନ୍ତର୍ଗତ ଲପଡା ଗାଁ ରେ ହୋଇଥିବା ଟ୍ରିପଲ ମଡ’ର ଘଟଣାରେ ମହୁଲପାଲି ପୋଲିସ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଦୁଇଜଣ ଅଭିଯୁକ୍ତ ହେଲେ ବାପା ନବିନ ଦେହୁରି ଓ ପୁଅ ମଣ୍ଟୁ ଦେହୁରି । ଏନେଇ ସମ୍ବଲପୁର ପୋଲିସ ବିଭାଗ ତରଫରୁ  ସୁଚନା ଦିଆଯାଇଛି । ସୁଚନାଯୋଗ୍ୟ ଯେ ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଲପଡା ଗାଁ ର ଗୋଟିଏ ପରିବାରର ତିନିଜଣ ଙ୍କୁ ଏହି ଦୁହି ଅଭିଯୁକ୍ତ ଦିର୍ଘ ଦିନରୁ ଲାଗିରହିଥିବା ଜମି ବିବାଦ କୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ହାଣି  ହତ୍ୟା କରିଥିଲେ । ମୄତକ ମାନେ ହେଉଛନ୍ତି ସାଶୁ ପିରୁବତି ବେହେରା ,ଜ୍ୱ।ଇଁ ଗିରିଧାରୀ ସାହୁ ଓ ଝିଅ ସାବିତ୍ରୀ ସାହୁ  ।  ଏହି ହତ୍ୟାକାଣ୍ଡ ଘଟିବା ପରେ ମହୁଲପାଲି ପୋଲିସ ଓ କୁଚିଣ୍ଡା ଏସଡିପିଓ ଘଟଣା ସ୍ଥଲରେ ତତ୍ପରତା ସହ ତଦନ୍ତ କରିଥିବା ବେଳେ ସମ୍ବଲପୁର ଏସପି କନୱର ବିଶାଲ ସିଂ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଏହି ହତ୍ୟାକାଣ୍ଡ ଘଟଣା କୁ ସମ୍ବଲପୁର ପୋଲିସ ରେଡ ଫ୍ଲାକ କେସ ଭାବେ ଗ୍ରହଣ କରିଥିବା ସମ୍ବଲପୁର ଏସପି ସୁଚନା ଦେଇଛନ୍ତି ।ଅନ୍ୟ ପଟେ ଅଭିଯୁକ୍ତ କୁ ଫାଶୀ ଦେବା ସହ ମୃତକ ଙ୍କ ପରିବାରକୁ କ୍ଷତି ପୂରଣ ଦେବାପାଇଁ ପ୍ରତିଶୃତି ଦେଲେ ଯାଇ ଶବ ଉଠିବ ବୋଲି ଗ୍ରାମବାସୀ କହିଥିଲେ l 

  

 

Leave A Reply

Your email address will not be published.