ଅଭିଯୋଗ : ଶିକାରୀ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ 

0

 ବନ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ବାରିପଦା: (ଦିଲ୍ଲୀପ ମହାନ୍ତି  )-ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା।  ପୋଡ଼ାଡିହା ପଞ୍ଚାୟତର ନଛିପୁର ଗ୍ରାମର ଜଣେ ବ୍ୟକ୍ତି ଶିମିଳିପାଳ ଜଙ୍ଗଲ ଭିତରକୁ ଯାଇଥିବା ବେଳେ କରତବସା ରେଞ୍ଜରେ ଶିକାରୀ ସନ୍ଦେହରେ ଯୁବକଙ୍କୁ ବନ ବିଭାଗର କର୍ମଚାରୀ ପିଟିପିଟି ମାରିଦେଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖରେ ଏହି ଘଟଣା ଘଟିଥିବା କୁହାଯାଉଛି । 

ମୃତକ ଜଣକ ହେଲେ କପ୍ତିପଦା ଥାନା ପୋଡାଡିହା ନଛିପୁର ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ପୁଅ ଗଜେନ୍ଦ୍ର ନାଏକ (୪୫)। ଗୁରୁତ୍ତର ଭାବେ ଆହତ ଅବସ୍ଥାରେ ତାଙ୍କୁ ବନ ଭିଭାଗ ପକ୍ଷରୁ ପ୍ରଥମେ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି  କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମୃତ୍ୟୁ ହୋଇଥିଲା । ଆଜି ଗଜେନ୍ଦ୍ରଙ୍କ ମୃତଦେହ ପହଞ୍ଚିବା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ପରିବାରକୁ କ୍ଷତି ପୂରଣ ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଶବକୁ ରଖି ଗ୍ରାମବାସୀମାନେ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିବାର ସୂଚନା ମିଳିଛି। ତେବେ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବନବିଭାଗର ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

 

Leave A Reply

Your email address will not be published.