ଲିନେନ କ୍ଲବ ତରଫରୁ ଲିନେନ ଉତ୍ସବର ଶୁଭାରମ୍ଭ

0

ଭୁବନେଶ୍ୱର/ଶାସକ ପ୍ରଶାସକ  : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଭାରତରେ ଅଗ୍ରଣୀ ଲିନେନ କପଡା ଓ ପୋଷାକ ବ୍ରାଣ୍ଡ୍‍ ଲିନେନ କ୍ଲବ ଓଡ଼ିଶାରେ ଲିନେନ ଉତ୍ସବ ପାଳନ ଶୁଭାରମ୍ଭ କରିଛି । ଏହି ଶିଳ୍ପରେ ଅଗ୍ରଣୀ ଥିବା ଲିନେନ କ୍ଲବ ଭାରତର ସର୍ବବୃହତ ଲିନେନ କପଡା ବ୍ରାଣ୍ଡ୍‍ ଏବଂ ସର୍ବୋତ୍ତମ ମାନର ଲିନେନ ପାଇଁ ଏହା ଘରେ ଘରେ ପରିଚିତ । 

ଲିନେନ ଉତ୍ସବ ହେଉଛି ଲିନେନ୍‍କୁ ଖୁସି ମନାଇବାର ଏକ ଅବସର । ଲିନେନ ଉତ୍ସବ ଜରିଆରେ ଲିନେନ କ୍ଲବ ଏହାର ଗ୍ରାହକଙ୍କୁ ତାହାର ନୂଆକରି ପ୍ରଚଳନ କରାଯାଇଥିବା ନବୀନତମ ଉଦ୍ଭାବନକୁ ପରଖିବାର ଏକ ସୁଯୋଗ ପ୍ରଦାନ କରିବା ସହିତ ଲିନେନ କ୍ଲବ ଉଭୟ କପଡା ଏବଂ ପୋଷାକ ଉପରେ କେବେ ଦେଖିବାକୁ ମିଳିନଥିବା ଅଫର ଦେଉଛି, ଯାହାକୁ ଗ୍ରାହକ ଉପଭୋଗ କରିପାରିବେ । 

ସାମ୍ପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲିନେନ କ୍ଲବ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଭୂତାଣୁ ନିରୋଧୀ କପଡା ରେଞ୍ଜ- ଲିନେନ କ୍ଲବ ଲିନ୍‍ଶିଲ୍‍ଡ ବଜାରକୁ ଛାଡିଛି । ଭୂତାଣୁ ନିରୋଧୀ ପ୍ରଯୁକ୍ତିକୁ ଅତ୍ୟନ୍ତ ଯତ୍ନର ସହିତ ଉପଯୋଗ କରାଯାଇ ପ୍ରସ୍ତୁତ କରାଯାଇଥିବା ଲିନେନ କ୍ଲବ ଲିନ୍‍ଶିଲ୍‍ଡ ନିରାପଦ ଓ ଷ୍ଟାଇଲିଶ୍‍ ଏବଂ ତାହାସହିତ ବ୍ୟବହାରକାରୀଙ୍କୁ କ୍ଷତିକାରକ ଭୂତାଣୁ ଏବଂ ଅଣୁଜୀବ ଠାରୁ ସୁରକ୍ଷା କବଚ ପ୍ରଦାନ କରିଥାଏ । ଲିନ୍‍ଶିଲ୍‍ଡ ଭୂତାଣୁ ନିରୋଧୀ, ତ୍ୱଚା ଉପଯୋଗୀ, ଜୀବାଣୁ ନିରୋଧୀ ଏବଂ ଦୁର୍ଗନ୍ଧ ନିରୋଧୀ । 

ଲିନେନ କ୍ଲବ ମଧ୍ୟ ତାହାର ଅତ୍ୟନ୍ତ ସୁଚିନ୍ତିତ ଭାବେ ପ୍ରସ୍ତୁତ ଲିନେନ ମାସ୍କ ବର୍ଗ ବଜାରକୁ ଛାଡିଛି ଯାହା ସ୍ୱତନ୍ତ୍ର ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଡିଜାଇନ କରାଯାଇଛି । ଏହି ଭୂତାଣୁ ନିରୋଧୀ ଏବଂ ଜୀବାଣୁ ନିରୋଧୀ ମାସ୍କଗୁଡିକ ଶ୍ୱାସପ୍ରଶ୍ୱାସ ନିମନ୍ତେ ଅତ୍ୟନ୍ତ ସହଜ, ହାଲୁକା ଏବଂ ସହଜରେ ପିନ୍ଧିହେବ, ପୁନଃ ବ୍ୟବହାରଯୋଗ୍ୟ ତଥା ତାହାକୁ ସଫା କରାଯାଇପାରିବ । 

ଉପଭୋକ୍ତାମାନେ ଲିନେନ କ୍ଲବ୍‍ର ବିସ୍ତାରିତ ପାର୍ବଣ ସମ୍ଭାର ମଧ୍ୟରୁ ମଧ୍ୟ ନିଜପାଇଁ ବାଛିପାରିବେ, ଯେଉଁଥିରେ ବିବିଧ ରଙ୍ଗ, ଡିଜାଇନ ଏବଂ ପ୍ୟାଟର୍ଣ୍ଣରେ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରସ୍ତୁତ ଲିନେନ୍‍ କପଡା ରହିଛି । କପଡା ବ୍ୟତୀତ ଉପଭୋକ୍ତା ଲିନେନ କ୍ଲବ୍‍ର ରେଡି ଟୁ ୱିଅର ବର୍ଗରୁ ମଧ୍ୟ ନିଜପାଇଁ ପସନ୍ଦ କରିପାରିବେ, ଯେଉଁଥିରେ ରହିଛି କୁର୍ତ୍ତା, ନେହରୁ ଜ୍ୟାକେଟ ଏବଂ ଆହୁରି ଅନେକ କିଛି । 

ତେଣୁ ଏହି ପାର୍ବଣ ଋତୁକୁ ଲିନେନ ଉତ୍ସବ ସହିତ ଷ୍ଟାଇଲରେ ପାଳନ କରନ୍ତୁ ଏବଂ ଲିନେନ କ୍ଲବରେ  ନୂତନ ଭାବରେ ଉଦ୍ଭାବିତ ଉତ୍ପାଦଗୁଡିକ ଉପରେ ସ୍ୱତନ୍ତ୍ର ଅଫର ପାଆନ୍ତୁ । 

ଲିନେନ କ୍ଲବ୍‍ର ଏକ୍ସକ୍ଲୁସିଭ ସୋ ରୁମ୍‍ଗୁଡିକ ଭୁବନେଶ୍ୱରର ଜନପଥ ରୋଡ, ବାଣୀବିହାର ଛକ, ଜନପଥର ଗୁରୁଦ୍ୱାର ସିଂ ସଭା ଏବଂ କଟକର କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଡିସିପି ଅଫିସ ସମ୍ମୁଖରେ ଅବସ୍ଥିତ । 

 

Leave A Reply

Your email address will not be published.