ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ଓଏମପି ନିକଟରେ ଓଏସଏପି ପଡ଼ିଆରେ ୬୧ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ନାମରେ ଶପଥ ଗ୍ରହଣ କରାଯାଇଥିଲା। ଦେଶ ପାଇଁ ଲଢ଼ି ପ୍ରାଣ ବଳୀ ଦେଇଥିବା ୨୬୫ ଜଣ ଜବାନ ଓ କୋଭିଡ-19 ସମୟରେ କର୍ତ୍ତବ୍ୟରତ ଥିବା ସମୟରେ ଜୀବନକୁ ଉତ୍ସର୍ଗ କରିଥିବା ୪୧ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏମାନଙ୍କ ତ୍ୟାଗ ଓ ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ଝାରସୁଗୁଡ଼ା ଏସ ପି ରାହୁଲ ପି ଆର କହିଥିଲେ। ରିଜର୍ଭ ଇନ୍ସପେକ୍ଟର ନୀଳମାଧବ ସ୍ବାଇଁଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଏସଏପି ଦ୍ବିତୀୟ ବାଟାଲିୟନର ଦୁର୍ଗପତି ମନୋଜ କୁମାର ପୁରୋହିତ, ଡେପୁଟି କମାଣ୍ଡାଣ୍ଟ ଭବାନୀ ସେଠ, ଲକ୍ଷ୍ମଣ କୁମାର ସିଂହ, ସହ କମାଣ୍ଡାଣ୍ଟ ମାନ୍ଧାତା ସାଏ, ଅତିରିକ୍ତ ଏସ୍ ପି ନୃପ ଚରଣ ଡନସେନା ତଥା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ଜବାନ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.