କର୍ମୀ ଓ ସମର୍ଥକଙ୍କୁ ଅରୁଣଙ୍କ ଆହ୍ବାନ : ରାଜନୀତି ହେଉଛି ସମାଜସେବା , ସେବାରେ କୌଣସି ବି ଅବହେଳା କରନ୍ତୁ ନାହିଁ।

0

ଜନସଚେତନତା କାର୍ଯ୍ୟକ୍ରମ ଅଭିଯାନ : ଚତୁର୍ଥ ଦିନରେ ଓଡ଼ଗାଁ ଜୋନ୍ -୨ 

ଜନସଚେତନତା କାର୍ଯ୍ୟକ୍ରମ ଅଭିଯାନର ଚତୁର୍ଥ ଦିନରେ ଆଜି ଓଡ଼ଗାଁ ଜୋନ୍ -୨ ରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଭର୍ଚୁଆଲ ମିଟିଂରେ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ପ୍ରତିବର୍ଷ ପଦଯାତ୍ରାର ସ୍ମୃତିକୁ ମନ ପକେଇଥିଲେ ଏବଂ କିପରି କରୋନା ସମୟରେ ଏହାର ଉଚିତ ମୁକାବିଲା କରିବା ବିଭିନ୍ନ ଉପଦେଶ ଦେଇଥିଲେ। ଏହି ମିଟିଂ ୮ ଟି ଫେଜରେ ହେବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି।

ବୈଠକ ଆରମ୍ଭରେ ଜୋନ୍ ୨ ର ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ ପ୍ରଥମେ ସାଂସଦ ପିନାକୀ ମିଶ୍ର ଏବଂ ମନ୍ତ୍ରୀ ଡ଼ଃ ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ। କରୋନା ମହାମାରୀ ସମୟରେ ଆଜି ଜୁମ ଆପ ମାଧ୍ୟମରେ ମିଟିଂ ହେଇପାରୁଛି ଏବଂ ସମ୍ପର୍କ ସ୍ଥାପନା ହୋଇପାରୁଛି। ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ ଏହି କରୋନା ମହାମାରୀ ସମୟରେ ଜନସଚେତନତା କାର୍ଯ୍ୟକ୍ରମ କିପରି ଚାଲୁଛି ତାହା କହିଥିଲେ। କରୋନା ସମୟରେ କିପରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ତାହା ଉଲ୍ଲେଖ କରିଥିଲେ।

ବୈଠକରେ ସାଂସଦ ପିନାକୀ ମିଶ୍ର ଭରଚୁଆଲ ମିଟିଙ୍ଗରେ ଯୋଗ ଦେଇ ବହୁତ ଖୁସିବ୍ୟକ୍ତ କରିଥିଲେ। ସାଂସଦ ପିନାକୀ ମିଶ୍ର ମନ୍ତ୍ରୀ ଡ଼ଃ ସାହୁଙ୍କ ସହ ନଖ ମାଂସର ସମ୍ପର୍କ ବୋଲି କହିବାକୁ ପଛେଇନଥିଲେ। ନୟାଗଡ଼ ନିର୍ଵାଚନ ମଣ୍ଡଳୀକୁ କେତେ ଭଲ ପାଆନ୍ତି ଏଥିରୁ ଜଣାପଡିଥିଲା। ଓଡ଼ିଶାର କରୋନା ମୁକାବିଲା କିପରି ସାରା ବିଶ୍ୱରେ ଏକ ମଡେଲ ଭାବେ ଉପସ୍ଥାପନା ହୋଇପାରିଛି ତାହା ଉଲ୍ଲେଖ କରିଥିଲେ। ମନ୍ତ୍ରୀଙ୍କର ପରିଶ୍ରମ ଓ କାର୍ଯ୍ୟକୁ ବାଧା ସୃଷ୍ଟି କରିପାରିନି କରୋନା ବୋଲି କହିଛନ୍ତି। ପୂଜା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁରକ୍ଷିତ ଭାବେ ରହିବା ପାଇଁ ପରାମର୍ଶ ଦେଇ ବକ୍ତବ୍ୟ ଶେଷ କରିଥିଲେ।

ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଜୁମ ଆପ ମାଧ୍ୟମରେ ସମସ୍ତେ ଯୋଡି ହୋଇଥିବାରୁ ଧନ୍ୟବାଦ ଦେଇଥିଲେ। ରାଜ୍ୟ ସରକାର କୋଭିଡ ମୁକାବିଲା ଉଚିତ ସମୟରେ ହୋଇପାରିଥିବାରୁ ଆଜି କରୋନା କୁ ନିୟନ୍ତ୍ରଣ କରିପାରିଛନ୍ତି। ରାଜନୀତି ହେଉଛି ସମାଜସେବା । ଏହିଭଳି ଅସୁବିଧା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ କର୍ମୀମାନେ ଆଗଭର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କୌଣସି ବି ଅବହେଳା କରନ୍ତୁ ନାହିଁ। ଯଦି ବି କେହି ଭୁବନେଶ୍ୱର ଡାକ୍ତରଖାନା ଆସୁଛନ୍ତି ତେବେ ଦୟାକରି ମୋତେ କୁହନ୍ତୁ ନଚେତ ମୋ କାର୍ଯ୍ୟାଳୟକୁ ସୂଚନା ଦିଅନ୍ତୁ , ଫଳରେ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିପାରିବି, କେହି ବି ଖାମଖିଆଲି ନିଅନ୍ତୁ ନାହିଁ ବୋଲି ମନ୍ତ୍ରୀ ଅନୁରୋଧ କରିଥିଲେ। ମନ୍ତ୍ରୀ ନିର୍ଵାଚନ ମଣ୍ଡଳୀର କାମ କରୋନା ସମୟରେ ଟିକେ ଧିମେଇ ଯାଇଥିଲା କିନ୍ତୁ ଏବେ ଜୋରସାରରେ ଚାଲିଲାଣି ବୋଲି କହିଥିଲେ। କରୋନା ସମୟରେ ରକ୍ତ ଦାନ କରି ଆମେ ୨୦୦୦ ରୁ ଉର୍ଦ୍ଧ୍ବ ରକ୍ତ ୟୁନିଟ ସଂଗ୍ରହ କରିପାରିଛେ। ପ୍ରତିଦିନ ପାଖାପାଖି ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଡି ହୋଇପାରୁଛନ୍ତି ତାହା ସାରା ଓଡ଼ିଶାରେ ବିରଳ। ଆଜିର ଏହି ବୈଠକରେ ଶହ ଶହ ସଂଖ୍ୟାରେ କର୍ମୀ ଜୁମ୍ ଆପ ମାଧ୍ୟମରେ ଯୋଡି ହୋଇଥିବାରୁ ସମସ୍ତଙ୍କୁ ମନ୍ତ୍ରୀ ଡ଼ଃ ସାହୁ ଧନ୍ୟବାଦ ଦେଇ ଭର୍ଚୁଆଲ ମିଟିଂ କୁ ଶେଷ କରିଥିଲେ।

 

Leave A Reply

Your email address will not be published.