ବ୍ରଜରାଜନଗର ଦମ୍ପତ୍ତି ହତ୍ୟା ମାମଲା, ପିତୃମାତୃହରା ଶିଶୁଦ୍ବୟଙ୍କ ସହାୟତା ପାଇଁ ଆଗେଇ ଆସିଲେ ଚାଇଲ୍ଡଲାଇନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗର଼ ବହୁ ଚର୍ଚ୍ଚିତ ଦମ୍ପତ୍ତି ପୋଡ଼ି ମାମଲା ବିଷୟରେ ଗଣମାଧ୍ୟମରୁ ଖବର ପାଇବା ପରେ ମୃତ ଦମ୍ପତ୍ତିଙ୍କ ଶିଶୁଦ୍ବୟଙ୍କ ସହାୟତା ନିମନ୍ତେ ଚାଇଲ୍ଡଲାଇନ କର୍ମକର୍ତ୍ତା ଆଗେଇ ଆସିଛନ୍ତି। ଏଥିପାଇଁ ଆଜି ଏହାର ଏକ ଟିମ ଆଜି ମୃତ ଦମ୍ପତ୍ତିଙ୍କ ପରିବାରକୁ ଯାଇ ସାକ୍ଷାତ କରିଥିଲେ। ଶିଶୁଦ୍ବୟଙ୍କ ବଡ଼ବାପା ଓ କାକାଙ୍କ ଉପସ୍ଥିତିରେ ଉଭୟ ଶିଶୁଙ୍କୁ ଚାଇଲ୍ଡଲାଇନ ନିଜ ସଂରକ୍ଷଣରେ ନେବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଶିଶୁମାନେ ନିଜ ବଡ଼ବାପାଙ୍କ ସହ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଓ ଶିଶୁ ଯତ୍ନ ଗୃହକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ଶିଶୁ ମଙ୍ଗଳ କମିଟିର ସେମାନଙ୍କ ଅଭିଭାବକମାନଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ପରେ ଶିଶୁମାନଙ୍କ ଥଇଥାନ, ଆର୍ଥିକ ସହାୟତା ଓ ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଚାଇଲ୍ଡଲାଇନ ପାଖରେ ଶିଶୁମାନଙ୍କୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ଶିଶୁମାନଙ୍କ ଯତ୍ନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏହି ଗସ୍ତରେ ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ, କେନ୍ଦ୍ରୀୟ ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ଗୁଣନିଧି ଭଏଁସା ଓ ରାମପୁର ଫାଣ୍ଡି ଅଧିକାରୀ ରବିଶଙ୍କର ଭଏଁସା ଉପସ୍ଥିତ ଥିଲେ।

Leave A Reply

Your email address will not be published.