ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କଲେ ଝାରସୁଗୁଡ଼ାର ବିଭିନ୍ନ ସଂଗଠନ। 

0

ଝାରସୁଗୁଡ଼ା : (ସୁଭାଷ ସହାରେ) -ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ଆଇନ ବ୍ୟବସ୍ଥାକୁ ପାକିସ୍ଥାନ ସହ ତୁଳନା କରିବା ଜନସାଧାରଣଙ୍କୁ ହଜମ ହୋଇ ପାରୁନାହିଁ। ରାଜ୍ୟ ସାରା ତାଙ୍କର ମନ୍ତବ୍ୟ ବିରୋଧରେ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। ଆଜି ଝାରସୁଗୁଡ଼ା ସହରରେ ମଧ୍ୟ ବିଭିନ୍ନ ସାମାଜିକ ସଂଗଠନ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରି ବିରୋଧ ପ୍ରକଟ କରିଛନ୍ତି। 

ଗତ କିଛିଦିନ ପୂର୍ବରୁ ବୈଜୟନ୍ତ ଓଟିଭି ସମ୍ବାଦଦାତାଙ୍କୁ ପୋଲିସ ଗିରଫ କରିବା ନେଇ ଟ୍ବିଟ୍ କରିଥିଲେ। ଏହି ଟ୍ବିଟରେ ସେ ମହାରାଷ୍ଟ୍ର ଓ ଓଡ଼ିଶାର ପୋଲିସ ବିଭାଗର କାର୍ଯ୍ୟକୁ ପାକିସ୍ଥାନ ସହ ତୁଳନା କରିଥିଲେ। ସାରା ରାଜ୍ୟରେ ତାଙ୍କର ଏହି ମନ୍ତବ୍ୟକୁ ନିନ୍ଦା କରାଯାଇଛି। ଝାରସୁଗୁଡ଼ାର ବିଭିନ୍ନ ସଂଗଠନ ଯଥା ସଙ୍ଗିନୀ, ସାଇ ସଭା ସମିତି, ହେଲ୍ପିଙ୍କ ହ୍ୟାଣ୍ଡ, ଖିଦମତ୍, ବୃନ୍ଦାବନ କଲୋନୀ,ଏଇତ ଜୀବନ ଵି, ବିଶ୍ବ ପ୍ରଭୃତି ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରି ବିରୋଧ ପ୍ରଦର୍ଶନ କରିଥିଲେ। 

ଝାରସୁଗୁଡ଼ା ବୁଦ୍ଧିଜୀବୀ ମହଲରେ ମଧ୍ୟ ପଣ୍ଡାଙ୍କ ଏହି ମନ୍ତବ୍ୟକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଶାର ଆଇନ ଶୃଙ୍ଖଳା ପ୍ରତି ମନ୍ତବ୍ୟ ରଖିବା ପୂର୍ବରୁ ବିଜେପି ଶାସିତ ରାଜ୍ୟ ଗୁଡ଼ିକର, ବିଶେଷ କରି ଉତ୍ତର ପ୍ରଦେଶରେ ସାମ୍ବାଦିକମାନଙ୍କ ପ୍ରତି ସେଠାକାର ଯୋଗୀ ସରକାରଙ୍କ ବ୍ୟବହାର ଦେଖିବା ବା ନିଜ ଚ୍ୟାନେଲରେ ଦେଖାଇବା ଉଚିତ ଥିଲା ବୋଲି ସେମାନେ କହିଛନ୍ତି। ଉତ୍ତର ପ୍ରଦେଶରେ ସତ୍ୟର ପର୍ଦ୍ଦାଫାସ କରିବାକୁ ଯାଇ ଯୋଗୀ ସରକାରଙ୍କ ଶାସନ କାଳ ଭିତରେ ପ୍ରାୟ ଦଶରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶରେ ବଳାତ୍କାରର ଶୀକାର ହୋଇଥିବା ହାଥରସର ଝିଅ ବିଷୟରେ ଯେତେବେଳେ ମିଡିଆ ଖବର ସଂଗ୍ରହ ପାଇଁ ଯାଇଥିଲେ, ସେତେବେଳେ ସେମାନଙ୍କୁ ଦୁଇଦିନ ଧରି କାହିଁକି ପଶିବାକୁ ଉତ୍ତର ପ୍ରଦେଶର ପୋଲିସ ଦେଇ ନ ଥିଲା, ସେ କଥା ବୈଜୟନ୍ତ କାହିଁକି ଟ୍ବିଟ୍ କରି ଯୋଗୀଙ୍କୁ ପଚାରିଲେ ନାହିଁ ବୋଲି ଚିନ୍ତାଶୀଳ ବ୍ୟକ୍ତି ପଚାରିଛନ୍ତି।

Leave A Reply

Your email address will not be published.